ଡେରେକ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ
ନୂଆଦିଲ୍ଲୀ, ୮/୮ : ଟିଏମ୍ସି (ତୃଣମୂଳ କଂଗ୍ରେସ)ର ଡେରେକ୍ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ଗୃହରେ ଅଶୋଭନୀୟ ଆଚରଣ ପାଇଁ ଡେରେକ୍ ଓବ୍ରାଏନଙ୍କୁ ରାଜ୍ୟସଭାରୁ ବାକି ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି। ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଏହା ଘୋଷଣା କରିଛନ୍ତି। ଓବ୍ରାଏନଙ୍କୁ ଗୃହରୁ ନିଲମ୍ବିତ କରିବାପାଇଁ ଗୃହର ନେତା ପୀୟୂଷ ଗୋୟଲ ଏକ ପ୍ରସ୍ତାବ ଆଣିଥିଲେ। ଲଗାତାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଓବ୍ରାଏନଙ୍କୁ ନିଲମ୍ବନ କରାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ […]
ନୂଆଦିଲ୍ଲୀ, ୮/୮ : ଟିଏମ୍ସି (ତୃଣମୂଳ କଂଗ୍ରେସ)ର ଡେରେକ୍ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ଗୃହରେ ଅଶୋଭନୀୟ ଆଚରଣ ପାଇଁ ଡେରେକ୍ ଓବ୍ରାଏନଙ୍କୁ ରାଜ୍ୟସଭାରୁ ବାକି ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି। ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଏହା ଘୋଷଣା କରିଛନ୍ତି। ଓବ୍ରାଏନଙ୍କୁ ଗୃହରୁ ନିଲମ୍ବିତ କରିବାପାଇଁ ଗୃହର ନେତା ପୀୟୂଷ ଗୋୟଲ ଏକ ପ୍ରସ୍ତାବ ଆଣିଥିଲେ। ଲଗାତାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଓବ୍ରାଏନଙ୍କୁ ନିଲମ୍ବନ କରାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ପ୍ରବଳ ହୋହଲ୍ଲା ହୋଇଥିଲା। ଧନଖଡ଼ ମଣିପୁର ସ୍ଥିତି ସଂକ୍ରାନ୍ତରେ ଆଲୋଚନା ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ଦାବି ପ୍ରସଙ୍ଗ ଉଠାଇଥିଲେ। ଧନଖଡ଼ କହିଥିଲେ ଏହା ଏଜେଣ୍ଡାରେ ଅଛି କିନ୍ତୁ ଫଳପ୍ରଦ ହୋଇପାରୁନି। ଗୋୟଲ କହିଥିଲେ ଯଦି ବିରୋଧୀ ନେତାମାନେ ଚାହିବେ ଅପରାହ୍ନ ୧୨ଟାରେ ଆଲୋଚନା ଆରମ୍ଭ ହେବ। ତେବେ ଧନଖଡ଼ ସ୍ପଷ୍ଟ କରି କହିଥିଲେ ଯେ ମଣିପୁର ସ୍ଥିତି ସଂକ୍ରାନ୍ତରେ ସରକାର ଏବଂ ଗୃହ ମନ୍ତ୍ରୀ ୨ରୁ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ପାଇଁ ରାଜି ଅଛନ୍ତି। ଏହି ସମୟରେ ଓବ୍ରାଏନ ନିଜ ଆସନରୁ ଉଠି ଯାଇଥିଲେ। ଧନଖଡ଼ ତାଙ୍କୁ ବ୍ୟବସ୍ଥାରୁ ବାହାରି ନଯାଇ କିଛି ନକହିବାପାଇଁ ମନା କରିଥିଲେ। ଓବ୍ରାଏନ ଏହାପରେ ରୁଲ୍ ୨୬୭ ଅଧୀନରେ ଆଲୋଚନା ପ୍ରସଙ୍ଗ ଉଠାଇଥିଲେ ଏବଂ ସ୍ଲୋଗାନ ଦେଇଥିଲେ। ଫଳରେ ତାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି।




