ଡେରାଡୁନ୍‌ରେ ଆଧୁନିକ ମାଦ୍ରାସାକୁ ମୁସଲିମ ସଂଗଠନର ବିରୋଧ

ଡେରାଡୁନ୍‌: ଉତ୍ତରଖଣ୍ଡ ଡେରାଡୁନ୍‌ରେ ଦେଶର ପ୍ରଥମ ଆଧୁନିକ ମାଦ୍ରାସା ଖୋଲିବାକୁ ଯାଉଛି। ତେବେ, ଦେଶର ପୂର୍ବ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ କଲାମଙ୍କ ନାମରେ ନାମିତ ଏହି ମାଦ୍ରାସାକୁ ନେଇ କେତେକ ପୁରାତନବାଦୀ କଠୋରପନ୍ଥୀ ମୁସଲିମ୍‌ ସଂଗଠନ ବିରୋଧ କରିଛନ୍ତି। ମାଦ୍ରାସାର ମୌଳିକତାକୁ ନଷ୍ଟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଉତ୍ତରଖଣ୍ଡ ୱାକଫ୍‌ ବୋର୍ଡର ଅଧ୍ୟକ୍ଷ ଶାଦାବ୍‌ ଶାମ୍‌ସ କହିଛନ୍ତି, ରେଳବାଇ କଲୋନୀ ନିକଟସ୍ଥ ମୁସଲିମ କଲୋନୀରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଏହି […]

Samaya Live Picture
Published On

ଡେରାଡୁନ୍‌: ଉତ୍ତରଖଣ୍ଡ ଡେରାଡୁନ୍‌ରେ ଦେଶର ପ୍ରଥମ ଆଧୁନିକ ମାଦ୍ରାସା ଖୋଲିବାକୁ ଯାଉଛି। ତେବେ, ଦେଶର ପୂର୍ବ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ କଲାମଙ୍କ ନାମରେ ନାମିତ ଏହି ମାଦ୍ରାସାକୁ ନେଇ କେତେକ ପୁରାତନବାଦୀ କଠୋରପନ୍ଥୀ ମୁସଲିମ୍‌ ସଂଗଠନ ବିରୋଧ କରିଛନ୍ତି। ମାଦ୍ରାସାର ମୌଳିକତାକୁ ନଷ୍ଟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଉତ୍ତରଖଣ୍ଡ ୱାକଫ୍‌ ବୋର୍ଡର ଅଧ୍ୟକ୍ଷ ଶାଦାବ୍‌ ଶାମ୍‌ସ କହିଛନ୍ତି, ରେଳବାଇ କଲୋନୀ ନିକଟସ୍ଥ ମୁସଲିମ କଲୋନୀରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଏହି ମାଦ୍ରାସା ନିର୍ମାଣ କରାଯାଇଛି। ଏଭଳି ୧୦ଟି ମାଦ୍ରାସା ସମଗ୍ର ରାଜ୍ୟରେ ଖୋଲାଯିବ। ଆଖପାଖର ସମସ୍ତ ମାଦ୍ରାସାର ଛାତ୍ରଛାତ୍ରୀମାନେ ଏଠାରେ ପଢ଼ିବେ। ଏହାଦ୍ବାରା ମାଦ୍ରାସା ଜମି ଓ ଅନ୍ୟ ସ୍ଥାବର ସମ୍ପତିର ସଦୁପଯୋଗ ହୋଇପାରିବ। ଅପରପକ୍ଷରେ, ମୁସଲିମ୍‌ ସେବା ସଂଘର ସଭାପତି ନଇମ୍‌ ଅହମ୍ମଦ କହିଛନ୍ତି, ଯଦି ଆଧୁନିକତାର ଆଢ଼ୁଆଳରେ ମାଦ୍ରାସାର ମୌଳିକତାକୁ ପରିବର୍ତ୍ତନ ବରଦାସ୍ତ କରାଯିବ ନାହିଁ। ଏନେଇସେମାନେ କୋର୍ଟଙ୍କ ଦ୍ବାରସ୍ଥ ହେବେ। ସୂଚନାଯୋଗ୍ୟ, ଆସନ୍ତା ଶିକ୍ଷାବର୍ଷ ଠାରୁ ଆଧୁନିକ ମାଦ୍ରାସାରେ, ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ସହ ସଂସ୍କୃତ, ରାମାୟଣ ଆଦି ପଢ଼ାଯିବ। ଶାରୀରିକ ଶିକ୍ଷା ପ୍ରଦାନ ନିମନ୍ତେ ପୂର୍ବତନ ସେନା ଯବନାଙ୍କୁ ନିୟୋଜିତ କରାଯିବ।

Tags: