ଡେରାଡୁନରେ ଟ୍ରକ୍‌ ଉପରକୁ ମାଡ଼ିଗଲା କାର୍‌, ୪ ଜଣଙ୍କ ମୃତ୍ୟୁ

ଡେରାଡୁନ୍‌: ଡେରାଡୁନରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକ ମାଲବାହୀ ଟ୍ରକ୍‌ ଉପରକୁ ଏକ କାର୍‌ ମାଡ଼ି ଯିବା ଫଳରେ କାର୍‌ରେ ବସିଥିବା ୪ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ଆଜି ଭୋର ୩ଟାରେ ଡେରାଡୁନ୍‌ର ଆଶା ‌ରୋଡି ଗାଁ ନିକଟରେ ଘଟିଛି। ଏକ ମାରୁତି ରିଜ୍‌ କାର୍‌ରେ ୫ଜଣ ହରିୟାଣାର ସାହାରଣପୁରରୁ ଡେରାଡୁନ୍‌ ଯାଉଥିଲେ। ସମ୍ମୁଖରେ ଯାଉଥିବା ଏକ ସିମେଣ୍ଟ […]

ଡେରାଡୁନରେ ଟ୍ରକ୍‌ ଉପରକୁ ମାଡ଼ିଗଲା କାର୍‌, ୪ ଜଣଙ୍କ ମୃତ୍ୟୁ
Samaya Live Picture
Published On

ଡେରାଡୁନ୍‌: ଡେରାଡୁନରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏକ ମାଲବାହୀ ଟ୍ରକ୍‌ ଉପରକୁ ଏକ କାର୍‌ ମାଡ଼ି ଯିବା ଫଳରେ କାର୍‌ରେ ବସିଥିବା ୪ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ଆଜି ଭୋର ୩ଟାରେ ଡେରାଡୁନ୍‌ର ଆଶା ‌ରୋଡି ଗାଁ ନିକଟରେ ଘଟିଛି। ଏକ ମାରୁତି ରିଜ୍‌ କାର୍‌ରେ ୫ଜଣ ହରିୟାଣାର ସାହାରଣପୁରରୁ ଡେରାଡୁନ୍‌ ଯାଉଥିଲେ। ସମ୍ମୁଖରେ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌କୁ ପଛପଟରୁ କାର୍‌ଟି ଧକ୍କା ଦେଇଥିଲା। କାର୍‌ଟିର ବେଗ ଏତେ ଅଧିକ ଥିଲା ଯେ ଧକ୍କା ପରେ କାର୍‌ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା। ସମସ୍ତଙ୍କୁ ଡୁନ୍‌ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତ ସୋନିପତର ବାସିନ୍ଦା ବିନୟଙ୍କ ଚିକିତ୍ସା ଚାଲିଛି। ମୃତାହତଙ୍କ ପରବାରକୁ ଖବର ଦିଆଯାଇଛି। । ସେମାନେ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ପି ଅଜୟ ସିଂହ କହିଛନ୍ତି।

Tags: