ଡିସେମ୍ବର ୪ରୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୪ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୪ରୁ ଅଧିବେଶନ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ମୋଟ୍ ୧୯ ଦିନରେ ୧୫ଟି କାର୍ଯ୍ୟଦିବସ ରହିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଫଳ ଡିସେମ୍ବର ୩ ତାରିଖରେ […]
ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୪ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୪ରୁ ଅଧିବେଶନ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ମୋଟ୍ ୧୯ ଦିନରେ ୧୫ଟି କାର୍ଯ୍ୟଦିବସ ରହିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଫଳ ଡିସେମ୍ବର ୩ ତାରିଖରେ ଆସିବ ଏବଂ ଡିସେମ୍ବର ୪ ତାoରିଖରେ ଶୀତ ଅଧିବେଶନ ଆରମ୍ଭ ହେବ। ତେବେ ନୂଆ ସଂସଦ ଭବନରେ ଏହା ପ୍ରଥମ ଅଧିବେଶନ। ଶୀତ ଅଧିବେଶନ ସାଧାରଣତଃ ନଭେମ୍ବରରେ ଆରମ୍ଭ ହୋଇଥାଏ। କିନ୍ତୁ ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଚଳିତ ଶୀତ ଅଧିବେଶନ ଡିସେମ୍ବରରେ ରଖାଯାଇଛି।




