ଡିସେମ୍ବର ୨୧ରେ ପଞ୍ଜାବ ପୌର ନିର୍ବାଚନ, ଆଜିଠୁ ନାମାଙ୍କନ
ଚଣ୍ଡୀଗଡ଼: ଡିସେମ୍ବର ୨୧ରେ ପଞ୍ଜାବରେ ୫ଟି ମହାନଗର ନିଗମ- ଅମୃତସର, ଜଳନ୍ଧର, ଫଗୱାରା, ଲୁଧିଆନା ଓ ପଟିଆଲା ସମେତ ୪୪ଟି ପୌର ପରିଷଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ହିଁ ଫଳାଫଳ ଘୋଷିତ ହେବ। ରାଜ୍ୟ ନିର୍ବାଚନ କମିସନ ରାଜ କୁମାର ଚୌଧୁରୀ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ସୋମବାର ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୧୨ ନାମାଙ୍କନପତ୍ର ଦାଖଲର ଅନ୍ତିମ ତାରିଖ ଓ ଡିସେମ୍ବର ୧୩ରେ ଯାଞ୍ଚ […]
ଚଣ୍ଡୀଗଡ଼: ଡିସେମ୍ବର ୨୧ରେ ପଞ୍ଜାବରେ ୫ଟି ମହାନଗର ନିଗମ- ଅମୃତସର, ଜଳନ୍ଧର, ଫଗୱାରା, ଲୁଧିଆନା ଓ ପଟିଆଲା ସମେତ ୪୪ଟି ପୌର ପରିଷଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ହିଁ ଫଳାଫଳ ଘୋଷିତ ହେବ। ରାଜ୍ୟ ନିର୍ବାଚନ କମିସନ ରାଜ କୁମାର ଚୌଧୁରୀ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ସୋମବାର ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଡିସେମ୍ବର ୧୨ ନାମାଙ୍କନପତ୍ର ଦାଖଲର ଅନ୍ତିମ ତାରିଖ ଓ ଡିସେମ୍ବର ୧୩ରେ ଯାଞ୍ଚ ହେବ। ଡିସେମ୍ବର ୧୪ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଏହି ନିର୍ବାଚନ ଇଭିଏମ୍ରେ ଅନୁଷ୍ଠିତ ହେବ। ପୌର ନିଗମ ନିମନ୍ତେ ନିର୍ବାଚନ ଖର୍ଚ୍ଚର ସୀମା ୪ଲକ୍ଷ ଟଙ୍କା ଓ ପୌର ପରିଷଦ ନିମନ୍ତେ ୨ଲକ୍ଷରୁ ୩.୬ ଲକ୍ଷ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ମତଦାନ ନିମନ୍ତେ ୧୬୦୯ ପୁଲିଂ କେନ୍ଦ୍ରରେ ୩୭୧୭ ପୁଲିଂ ବୁଥ୍ ସ୍ଥାପନ କରାଯିବ। ଏହା ମଧ୍ୟରୁ ୩୪୪ଟି ଅତିସମ୍ବେଦନଶୀଳ ଓ ୬୬୫ଟି ସମ୍ବେଦନଶୀଳ ବୁଥ୍ ଅଟେ।




