ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏହା ଘୋଷଣା କରିଛନ୍ତି। ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତ ନଭେମ୍ବର ୯ ତାରିଖରେ ଘୋଷଣା କରିଥିଲେ। ଏକ୍ସରେ ଏକ ପୋଷ୍ଟ୍ କରି […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏହା ଘୋଷଣା କରିଛନ୍ତି। ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତ ନଭେମ୍ବର ୯ ତାରିଖରେ ଘୋଷଣା କରିଥିଲେ। ଏକ୍ସରେ ଏକ ପୋଷ୍ଟ୍ କରି ମନ୍ତ୍ରୀ ଯୋଶୀ କହିଥିଲେ ଶୀତ ଅଧିବେଶନରେ ୧୯ରୁ ଅଧିକ ଦିନରେ ୧୫ଟି କାର୍ଯ୍ୟଦିବସ ରହିବ। ଚଳିତ ଅଧିବେଶନରେ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ସଂକ୍ରାନ୍ତରେ ଆଲୋଚନା ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୩ ତାରିଖରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳ ଆସିବାପରେ ୪ ତାରିଖରେ ଶୀତ ଅଧିବେଶନ ଆରମ୍ଭ ହେବ।

Tags: