ଡିସେମ୍ବରରେ ଭାରତ ଆସିବେ ପୁଟିନ
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ରୁଷ୍ଠାରୁ ତୈଳ କ୍ରୟ ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଏଭଳି ଏକ ସମୟରେ ପୁଟିନଙ୍କ ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଇତିମଧ୍ୟରେ ଭାରତ ସ୍ପଷ୍ଟ କରିଦେଇଛି ଯେ ତୈଳ କ୍ରୟକୁ ନେଇ କୌଣସି ସାଲିସ ହେବନାହିଁ ଏବଂ ରୁଷ୍ ସହ ଯଥାରୀତି କାରବାର ଜାରି ରହିବ। […]
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ରୁଷ୍ଠାରୁ ତୈଳ କ୍ରୟ ପ୍ରସଙ୍ଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଏଭଳି ଏକ ସମୟରେ ପୁଟିନଙ୍କ ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଇତିମଧ୍ୟରେ ଭାରତ ସ୍ପଷ୍ଟ କରିଦେଇଛି ଯେ ତୈଳ କ୍ରୟକୁ ନେଇ କୌଣସି ସାଲିସ ହେବନାହିଁ ଏବଂ ରୁଷ୍ ସହ ଯଥାରୀତି କାରବାର ଜାରି ରହିବ। ଭାରତର ଏହି ଆଭିମୁଖ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏକ ଝଟକା ବୋଲି କୁହାଯାଉଛି। କ୍ରେମଲିନ ସହଯୋଗୀ ଯୁରି ଉଶାକଭ୍ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପୁଟିନ ଆସନ୍ତା ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ଚୀନ୍ରେ ହେବାକୁ ଥିବା ଏସ୍ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ।




