ଡିସକାଉଣ୍ଟ୍ରେ ଟମାଟୋ ବିକିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହୁ ହୁ ହୋଇ ଟମାଟୋ ଦର ବଢ଼ି ଚାଲିଥିବାବେଳେ କେନ୍ଦ୍ର ସରକାର ଡିସକାଉଣ୍ଟ୍ରେ ଟମାଟୋ ବିକିବା ଆରମ୍ଭ କରିଛନ୍ତି। ଦିଲ୍ଲୀ, ଏନ୍ସିଆର , ଲକ୍ଷ୍ନୌ, ପାଟନା ଏବଂ ଅନ୍ୟ ବଡ଼ ସହର ଗୁଡ଼ିକରେ ସରକାର ୯୦ ଟଙ୍କାରେ ଟମାଟୋ ବିକିବା ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ , ମହାରାଷ୍ଟ୍ରର ମଣ୍ଡି ଗୁଡ଼ିକରୁ ଟମାଟୋ ଆସି ଦିଲ୍ଲୀ ପହଞ୍ଚିଛି। ଏହି ଟମାଟୋ ଡିସକାଉଣ୍ଟ୍ ଦରରେ ସରକାର ସମସ୍ତ ଗ୍ରାହକ ଏବଂ ରିଟେଲ […]
ନୂଆଦିଲ୍ଲୀ : ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହୁ ହୁ ହୋଇ ଟମାଟୋ ଦର ବଢ଼ି ଚାଲିଥିବାବେଳେ କେନ୍ଦ୍ର ସରକାର ଡିସକାଉଣ୍ଟ୍ରେ ଟମାଟୋ ବିକିବା ଆରମ୍ଭ କରିଛନ୍ତି। ଦିଲ୍ଲୀ, ଏନ୍ସିଆର , ଲକ୍ଷ୍ନୌ, ପାଟନା ଏବଂ ଅନ୍ୟ ବଡ଼ ସହର ଗୁଡ଼ିକରେ ସରକାର ୯୦ ଟଙ୍କାରେ ଟମାଟୋ ବିକିବା ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ , ମହାରାଷ୍ଟ୍ରର ମଣ୍ଡି ଗୁଡ଼ିକରୁ ଟମାଟୋ ଆସି ଦିଲ୍ଲୀ ପହଞ୍ଚିଛି। ଏହି ଟମାଟୋ ଡିସକାଉଣ୍ଟ୍ ଦରରେ ସରକାର ସମସ୍ତ ଗ୍ରାହକ ଏବଂ ରିଟେଲ ଆଉଟଲେଟ୍ରେ ବିକିବେ। ଦିଲ୍ଲୀ ଏନସିଆରରୁ ପ୍ରଥମେ ରିହାତି ଦରରେ ଟମାଟୋ ବିକ୍ରି ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସମେତ ଅନ୍ୟାନ୍ୟ ବଡ଼ ବଜାର ଗୁଡ଼ିକରେ ଟମାଟୋ କିଲୋ ୨୦୦ ଟଙ୍କାରେ ପହଞ୍ଚିଥିବାରୁ ସରକାର ଏଭଳି ଏକ ପ୍ରୟାସ ଆରମ୍ଭ କରିଛନ୍ତି।




