ଡିମୋକ୍ରାଟିକ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ରୟ କୁପର

ୱାସିଂଟନ୍‌: ଡିମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରି ଯିବାପରେ ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ ଇତି ମଧ୍ୟରେ କମଳାଙ୍କୁ ଏକ ଶକ୍ତ ବଡ଼ ଝଟକା ମିଳିଛି। କମଳାଙ୍କ ସହ ଉପରାଷ୍ଟ୍ରପତି ପ୍ରାର୍ଥୀ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଉତ୍ତର କାଲିଫର୍ଣ୍ଣିଆ (ଏନ୍‌ସି) ଗଭର୍ଣ୍ଣର ରୟ କୁପର ସ୍ପଷ୍ଟ କରିଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥିତ୍ବକୁ ଅଗ୍ରାହ୍ୟ କରିବା ପ୍ରସଙ୍ଗରେ ଆଜି କୁପର (୬୭) […]

Samaya Live Picture
Published On

ୱାସିଂଟନ୍‌: ଡିମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରି ଯିବାପରେ ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ ଇତି ମଧ୍ୟରେ କମଳାଙ୍କୁ ଏକ ଶକ୍ତ ବଡ଼ ଝଟକା ମିଳିଛି। କମଳାଙ୍କ ସହ ଉପରାଷ୍ଟ୍ରପତି ପ୍ରାର୍ଥୀ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଉତ୍ତର କାଲିଫର୍ଣ୍ଣିଆ (ଏନ୍‌ସି) ଗଭର୍ଣ୍ଣର ରୟ କୁପର ସ୍ପଷ୍ଟ କରିଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥିତ୍ବକୁ ଅଗ୍ରାହ୍ୟ କରିବା ପ୍ରସଙ୍ଗରେ ଆଜି କୁପର (୬୭) କହିଛନ୍ତି, ଯଦି ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦଳ ଚୟନ କରେ ତେବେ ଉତ୍ତର କାଲିଫର୍ଣ୍ଣଆ ରାଜ୍ୟପାଳ ପଦବି ଖାଲିପଡ଼ିବ। ପ୍ରଚାର ଅଭିଯାନ ବେଳେ ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ରିପବ୍ଲିକାନ୍‌ ଦଳର ଉପରାଜ୍ୟପାଳ ମାର୍କ ରବିନ୍‌ସନ ନିଜ ପ୍ରଭାବ ବିସ୍ତାର କରିବେ ଓ ରିପବ୍ଲିକାନ୍‌ଙ୍କ ହାତକୁ ଉତ୍ତର କାଲିଫର୍ଣ୍ଣିଆର ନିୟନ୍ତ୍ରଣ ଚାଲିଯିବ। କୁପରଙ୍କ ଏଭଳି ଅପ୍ରାତ୍ୟାଶିତ ଅଗ୍ରାହ୍ୟ ପରେ ଡେମୋକ୍ରାଟିକ୍‌ ଦଳ ଓ କମଳା ହାରିସ୍‌ଙ୍କ ଚିନ୍ତା ବଢ଼ିଯାଇଛି। ବିକଳ୍ପ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ କାହାକୁ ନିଆଯିବ ସେନେଇ ମନ୍ଥନ ଆରମ୍ଭ ହୋଇଛି।

Tags: