ଡିଜେ ସାଉଣ୍ଟକୁ ନାତୁଣୀ ବିରୋଧ କରିବାରୁ ଜେଜେକୁ ହତ୍ୟା

ଭୋପାଳ: ଉଚ୍ଚସ୍ବରର ଡିଜେକୁ ଜଣେ ଛାତ୍ରୀ ବିରୋଧ କରିଥିଲେ। ଏହାକୁ କେନ୍ଦ୍ରକରି ଅସାମାଜିକ ଯୁବକମାନେ ଛାତ୍ରୀଙ୍କ ଜେଜେଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି। ମୃତକଙ୍କ ନାଁ କାଲୁଆ ଅହିରୱାର୍‌। ଘଟଣାଟି ଘଟିଛି ମଧ୍ୟପ୍ରଦେଶ ଅଶୋକ ନଗର ଜିଲ୍ଲା ଚାନ୍ଦେରୀ ଥାନା ଅଧୀନ ଗୋରାକାଲା ଗାଁରେ । କିଛି ଦିନ ପୂର୍ବେ ମୃତ କାଲୁଆ ଅହିରୱାରଙ୍କ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ନାତୁଣୀ ନିଜ ପଡ଼ୋଶୀଙ୍କ ଘରେ ଉଚ୍ଚସ୍ବରରେ ବାଜୁଥିବା ଡିଜେ ସାଉଣ୍ଡକୁ ବିରୋଧ କରିଥିଲେ। ଭଲ୍ୟୁମ୍‌ ନକମାଇବାରୁ ଛାତ୍ରୀଜଣକ […]

Samaya Live Picture
Published On

ଭୋପାଳ: ଉଚ୍ଚସ୍ବରର ଡିଜେକୁ ଜଣେ ଛାତ୍ରୀ ବିରୋଧ କରିଥିଲେ। ଏହାକୁ କେନ୍ଦ୍ରକରି ଅସାମାଜିକ ଯୁବକମାନେ ଛାତ୍ରୀଙ୍କ ଜେଜେଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି। ମୃତକଙ୍କ ନାଁ କାଲୁଆ ଅହିରୱାର୍‌। ଘଟଣାଟି ଘଟିଛି ମଧ୍ୟପ୍ରଦେଶ ଅଶୋକ ନଗର ଜିଲ୍ଲା ଚାନ୍ଦେରୀ ଥାନା ଅଧୀନ ଗୋରାକାଲା ଗାଁରେ । କିଛି ଦିନ ପୂର୍ବେ ମୃତ କାଲୁଆ ଅହିରୱାରଙ୍କ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ନାତୁଣୀ ନିଜ ପଡ଼ୋଶୀଙ୍କ ଘରେ ଉଚ୍ଚସ୍ବରରେ ବାଜୁଥିବା ଡିଜେ ସାଉଣ୍ଡକୁ ବିରୋଧ କରିଥିଲେ। ଭଲ୍ୟୁମ୍‌ ନକମାଇବାରୁ ଛାତ୍ରୀଜଣକ ପୁଲିସକୁ ସୂଚିତ କରିଥିଲେ। ପୁଲିସ ଆସି ଉକ୍ତ ମ୍ୟୁଜିକ୍‌ ଯନ୍ତ୍ରକୁ ଜବତ କରି ନେଇଯାଇଥିଲେ। ଏହାକୁ କେନ୍ଦ୍ର କରି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ସମୟରେ, କାଲୁଆଙ୍କୁ ରତିରାମ ଅହିରୱାର୍‌ ଓ ମୁକେଶ ଅହିରୱାର୍‌ କୁରାଢ଼ୀ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ କାଲୁଆଙ୍କ ମୃତ୍ୟୁଘଟିଥିଲା। ଏହି ମାମଲାରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

Tags: