ଡିଜେଲ ଗାଡ଼ି ପାଇଁ ଅତିରିକ୍ତ ୧୦ ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ିବ : ଗଡ଼କରୀ
ନୂଆଦିଲ୍ଲୀ : ଦେଶରେ ଏଣିକି ଡିଜେଲ୍ କାର କ୍ରୟ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍ଟି ( ଦ୍ରବ୍ୟ ଏବଂ ସେବା କର) ଦେବାକୁ ପଡ଼ିବ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଏହି ପ୍ରସ୍ତାବ ଦେଇଛନ୍ତି। ଡିଜେଲ୍ ଗାଡ଼ି ଦ୍ବାରା ବଢ଼ୁଥିବା ପ୍ରଦୂଷଣ ପାଇଁ ଗଡ଼କରୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ କହିଛନ୍ତି, ରାସ୍ତାରେ ଡିଜେଲ୍ କାର୍ ସଂଖ୍ୟା କମିବା ଉଚିତ। ୨୦୧୪ ପରଠାରୁ ଦେଶରେ ଡିଜେଲ କାର ଉତ୍ପାଦନ […]
ନୂଆଦିଲ୍ଲୀ : ଦେଶରେ ଏଣିକି ଡିଜେଲ୍ କାର କ୍ରୟ ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍ଟି ( ଦ୍ରବ୍ୟ ଏବଂ ସେବା କର) ଦେବାକୁ ପଡ଼ିବ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଏହି ପ୍ରସ୍ତାବ ଦେଇଛନ୍ତି। ଡିଜେଲ୍ ଗାଡ଼ି ଦ୍ବାରା ବଢ଼ୁଥିବା ପ୍ରଦୂଷଣ ପାଇଁ ଗଡ଼କରୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ କହିଛନ୍ତି, ରାସ୍ତାରେ ଡିଜେଲ୍ କାର୍ ସଂଖ୍ୟା କମିବା ଉଚିତ। ୨୦୧୪ ପରଠାରୁ ଦେଶରେ ଡିଜେଲ କାର ଉତ୍ପାଦନ କମିଛି। ୨୦୧୪ରେ ଡିଜେଲ କାର୍ ଉତ୍ପାଦନ ମୋଟ୍ ଉତ୍ପାଦନର ୫୨ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତରେ ପହଞ୍ଚିଛି। ଗଡ଼କରୀ କହିଛନ୍ତି, ଡିଜେଲ କାର ବ୍ୟବହାର କମିବା ଉଚିତ। ଡିଜେଲ କାର୍ ବ୍ୟବହାର କମାଇବା ଉପରେ ଗୁରୁତ୍ବାରୋପ କରି ମନ୍ତ୍ରୀ ଗଡ଼କରୀ କହିଛନ୍ତି, ଆବଶ୍ୟକ ପଡ଼ିଲେ ଡିଜେଲ୍ ଗାଡ଼ି ପାଇଁ ଅତିରିକ୍ତ ୧୦ ପ୍ରତିଶତ ଜିଏସ୍ଟି ଲଗାଇବାକୁ ଏକ ପ୍ରସ୍ତାବ ଆଣିବା ସଂକ୍ରାନ୍ତରେ ସେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କଥା ହେବେ।




