ଡାକ୍ତର ହତ୍ୟା ମାମଲାରେ ତୁରନ୍ତ ତଦନ୍ତ ସାରିବାକୁ ପୁଲିସକୁ ମମତାଙ୍କ କଡ଼ା ନିର୍ଦ୍ଦେଶ , ନହେଲା ମାମଲା ସିବିଆଇକୁ ହସ୍ତାନ୍ତର ହେବ

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ରବିବାର ସୁଦ୍ଧା ତଦନ୍ତ ଶେଷ ନହୁଏ ତେବେ ମାମଲାକୁ ସିବିଆଇକୁ ହସ୍ତାନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟ୍ରେନି ଡାକ୍ତରଙ୍କ ସହ ଏଭଳି ଅମାନବୀୟ କାଣ୍ଡରେ ହସ୍ପିଟାଲ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ଏହି ଘଟଣାର ତୁରନ୍ତ ତଦନ୍ତ ସାରିବାକୁ ପୁଲିସକୁ ନିର୍ଦ୍ଦେଶ […]

Samaya Live Picture
Published On

କୋଲକାତା : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ରବିବାର ସୁଦ୍ଧା ତଦନ୍ତ ଶେଷ ନହୁଏ ତେବେ ମାମଲାକୁ ସିବିଆଇକୁ ହସ୍ତାନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟ୍ରେନି ଡାକ୍ତରଙ୍କ ସହ ଏଭଳି ଅମାନବୀୟ କାଣ୍ଡରେ ହସ୍ପିଟାଲ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ଏହି ଘଟଣାର ତୁରନ୍ତ ତଦନ୍ତ ସାରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା। ସେ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ମମତା କହିଛନ୍ତି, ଏହି ଘଟଣାର ତଦନ୍ତ ପାଇଁ ଏକ ଡଗ୍ ସ୍କ୍ୱାଡ୍ ଏବଂ ଫରେନସିକ୍ ବିଭାଗ ନିୟୋଜିତ କରାଯାଇଛି। ଯଦି ରବିବାର ସୁଦ୍ଧା କୋଲକାତା ପୁଲିସ ଏହାର ସମାଧାନ ନକରେ ତେବେ ଆମେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବୁ।

Tags: