ଡାକ୍ତର ମୃତ ଘୋଷଣା କଲେ, ୨୪ ମିନିଟ୍ ପରେ ମୃତ ମହିଳା ଉଠି ବସିଲେ
ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ମୃତ ଘୋଷିତ ହେବାର ୨୪ ମିନିଟ୍ ପରେ ମହିଳା ଜଣଙ୍କ ଜିଇଁ ଉଠିଲେ। ଅଥର ଲରେନ କାନାଡେଙ୍କ ହୃଦ୍ସ୍ପନ୍ଦନ ବନ୍ଦ ହୋଇଯିବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ୨୪ ମିନିଟ୍ ପରେ ସେ ହଠାତ ଉଠି ବସିବା ସମସ୍ତଙ୍କୁ ଚମକାଇ ଦେଇଛି। ମହିଳା ଜଣଙ୍କ ଜୀବନ ଫେରି ପାଇବା ପରେ କହିଛନ୍ତି, ସେ […]
ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ମୃତ ଘୋଷିତ ହେବାର ୨୪ ମିନିଟ୍ ପରେ ମହିଳା ଜଣଙ୍କ ଜିଇଁ ଉଠିଲେ। ଅଥର ଲରେନ କାନାଡେଙ୍କ ହୃଦ୍ସ୍ପନ୍ଦନ ବନ୍ଦ ହୋଇଯିବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ୨୪ ମିନିଟ୍ ପରେ ସେ ହଠାତ ଉଠି ବସିବା ସମସ୍ତଙ୍କୁ ଚମକାଇ ଦେଇଛି। ମହିଳା ଜଣଙ୍କ ଜୀବନ ଫେରି ପାଇବା ପରେ କହିଛନ୍ତି, ସେ ତାଙ୍କ ପୂର୍ବ ସପ୍ତାହର ସ୍ମୃତି ହରାଇ ଦେଇଛନ୍ତି। କାନାଡେଙ୍କ ହୃଦ୍ଘାତ ହୋଇଥିଲା। ସେ କୋମାକୁ ପଳାଇଥିଲେ। ୯ ଦିନ ଆଇସିୟୁରେ ରହିଥିଲେ। ହୃଦ୍ସ୍ପନ୍ଦନ ବନ୍ଦ ହୋଇଯିବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସୌଭାଗ୍ୟ ବସତଃ ସେ ବଞ୍ଚି ଯାଇଛନ୍ତି। କାନାଡେଙ୍କ ମାମଲା ଡାକ୍ତରମାନଙ୍କୁ ଚମକାଇ ଦେଇଛି। ୧୯୮୨ରୁ ୨୦୧୮ ମଧ୍ୟରେ ଏଭଳି ୬୫ଟି କେସ୍ ମଧ୍ୟରୁ କେବଳ ୧୮ ଜଣ ଲୋକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିଛନ୍ତି।




