ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ଡାକ୍ତର ଦମ୍ପତିଙ୍କ ସମେତ ୬ ଜୀବନ୍ତ ଦଗ୍ଧ

ଧIନବାଦ : ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଧାନବାଦର ଥିବା ଏକ ହସ୍ପିଟାଲ ରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ I ସହରର ପୁରୁଣା ବଜାର ରେ ଥିବା ହାଜ୍ରା କ୍ଲିନିକରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ I ଏହା ଫଳରେ ଶ୍ବାସରୁଦ୍ଧ ଘଟି ସେଠାରେ କାର୍ଯ୍ୟ ରତ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା, ଘଟଣାସ୍ଥଳରୁ ୯ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ନିମନ୍ତେ ସେମାନଙ୍କୁ ନିକଟରେ ଥିବା ପାଟଳିପୁତ୍ର ନର୍ସିଂହୋମ୍‌ରେ […]

Samaya Live Picture
Published On

ଧIନବାଦ : ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଧାନବାଦର ଥିବା ଏକ ହସ୍ପିଟାଲ ରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ I ସହରର ପୁରୁଣା ବଜାର ରେ ଥିବା ହାଜ୍ରା କ୍ଲିନିକରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ I ଏହା ଫଳରେ ଶ୍ବାସରୁଦ୍ଧ ଘଟି ସେଠାରେ କାର୍ଯ୍ୟ ରତ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା, ଘଟଣାସ୍ଥଳରୁ ୯ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ନିମନ୍ତେ ସେମାନଙ୍କୁ ନିକଟରେ ଥିବା ପାଟଳିପୁତ୍ର ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି ।

ସେହିପରି ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଡାକ୍ତର ବିକାଶ ହଜ୍‌ରା ଓ ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହଜ୍‌ରା ଙ୍କ ସହିତ ସହକର୍ମୀ ତାରା ଦେବୀ ଙ୍କ ସହିତ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ। ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଦଳ କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି। କୁହାଯାଉଛି ଯେ ଶ୍ୱାସରୁଦ୍ଧ ହୋଇ ସମସ୍ତେ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି।

ସୂଚନାନୁସାରେ ସର୍ଟ ସର୍କିଟ୍‌ ଯୋଗୁଁ ଡାକ୍ତରଖାନାର ଦ୍ବିତୀୟ ତାଲାରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି Iଏହାପରେ, ନିଆଁ କ୍ରମଶଃ ପ୍ରଥମ ତାଲାକୁ ବ୍ୟାପିଥିଲା। ତେଣୁ, ପ୍ରଥମ ତାଲାରେ ଶୋଇଥିବା ଲୋକମାନଙ୍କର ଆଉ ରକ୍ଷା ପାଇବାର ଉପାୟ ନ ଥିଲା।

ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ନିୟନ୍ତ୍ରଣ କରିବା ପାଇଁ ଆଠଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରିଥିଲେ I ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ, ନିଆଁ ପ୍ରତିରୋଧ ନିମନ୍ତେ ଡାକ୍ତରଖାନାରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନ ଥିଲା। ‘ଆଣ୍ଟିଫାୟାର୍‌ ମେସିନ୍’ ବି ସକ୍ରିୟ କରାଯାଇ ନ ଥିଲା।

ଏହି ଘଟଣାରେ ଝାରଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିବା ସହିତ ଆହତ ମାନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି I

Tags: