ଟ୍ରେନ୍‌ ଦୁର୍ଘଟଣା‌ ପଛରେ ଚା ବିକାଳିଙ୍କ ଗୁଜବ

ଜଲ୍‌ଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଏକ ଦୁଃଖଦ ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୭ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା ପରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଦୁର୍ଘଟଣାରେ ୧୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଏବେ ଜାଣିବାକୁ ମିଳିଛ ଯେ […]

Samaya Live Picture
Published On

ଜଲ୍‌ଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଏକ ଦୁଃଖଦ ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୭ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଏକ ଗୁଜବ ପ୍ରଚାରିତ ହେବା ପରେ ଭୟଭୀତ ହୋଇ ପୁଷ୍ପକ ଏକ୍ସପ୍ରେସ୍‌ର ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିବା ପରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଦୁର୍ଘଟଣାରେ ୧୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଏବେ ଜାଣିବାକୁ ମିଳିଛ ଯେ ଟ୍ରେନ୍‌ରେ ନିଆଁ ଲାଗିଛି ବୋଲି ଗୁଜବ ପ୍ରଘଟ କରିଥିଲେ ଜଣେ ଚା’ ବିକାଳି। ଏନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ‘‘ଜଣେ ଚା ବିକାଳି ଆସି କହିଥିଲେ ଯେ ଟ୍ରେନ୍‌ରେ ନିଆଁ ଲାଗି ଯାଇଛି। ସେ ନିଜେ ହିଁ ଟ୍ରେନ୍‌ର ଚେନ୍‌ ଟାଣିଥିଲେ। ତାଙ୍କ କଥା ଶୁଣି ଭୟରେ ଯାତ୍ରୀମାନେ ଟ୍ରେନ୍‌ରୁ ତଳକୁ ଡେଇଁବା ଆରମ୍ଭ କରିଥିଲେ। କିଛି ଲୋକ ସିଧାସଳଖ ରେଳ ଧାରଣାକୁ ଡେଇଁପଡ଼ିଲେ। ଫଳରେ କର୍ଣ୍ଣାଟକ ଏକ୍ସପ୍ରେସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।’’ ରିପୋର୍ଟ ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସ୍‌ରେ ନିଆଁ ଲାଗିବାର ଗୁଜବ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଜରୁରିକାଳୀନ ଚେନ୍ ଟାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

Tags: