ଟ୍ରେନରେ ମହିଳାଙ୍କ ସହ ମୁମ୍ବାଇ ପୁଲିସ ହୋମଗାର୍ଡଙ୍କ ନାଚିବା ଭିଡିଓ ଭାଇରାଲ୍

ମୁମ୍ବାଇ : ଜଣେ ମୁମ୍ବାଇ ପୁଲିସ ହୋମଗାର୍ଡ ଲୋକାଲ ଟ୍ରେନ୍ରେ ଜଣେ ମହିଳାଙ୍କ ସହ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଡିସେମ୍ବର ୬ ତାରିଖରେ ସେଣ୍ଟ୍ରାଲ ରେଲୱେର ସେକେଣ୍ଡ କ୍ଲାସ ଲେଡିସ କୋଚ୍ରେ ଏହି ଘଟଣା ଘଟିଛି। ମୁମ୍ବାଇ ଜିଆରପି ଉକ୍ତ ଘଟଣାକୁ ବିଚାରକୁ ନେଇଛନ୍ତି ଏବଂ ପୁଲିସ ହୋମଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି। ଟ୍ରେନରେ ଥିବା ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ୟୁନିଫର୍ମରେ ଥିବା ହୋମଗାର୍ଡଙ୍କ ଭିଡିଓ ସେୟାର […]

Samaya Live Picture
Published On

ମୁମ୍ବାଇ : ଜଣେ ମୁମ୍ବାଇ ପୁଲିସ ହୋମଗାର୍ଡ ଲୋକାଲ ଟ୍ରେନ୍ରେ ଜଣେ ମହିଳାଙ୍କ ସହ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଡିସେମ୍ବର ୬ ତାରିଖରେ ସେଣ୍ଟ୍ରାଲ ରେଲୱେର ସେକେଣ୍ଡ କ୍ଲାସ ଲେଡିସ କୋଚ୍ରେ ଏହି ଘଟଣା ଘଟିଛି। ମୁମ୍ବାଇ ଜିଆରପି ଉକ୍ତ ଘଟଣାକୁ ବିଚାରକୁ ନେଇଛନ୍ତି ଏବଂ ପୁଲିସ ହୋମଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି। ଟ୍ରେନରେ ଥିବା ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ୟୁନିଫର୍ମରେ ଥିବା ହୋମଗାର୍ଡଙ୍କ ଭିଡିଓ ସେୟାର କରିବାପରେ ଏହା ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ହୋମଗାର୍ଡଙ୍କ ନାଁ ଏସଏଫ୍ ଗୁପ୍ତା । ପ୍ରଥମେ ସେ ମହିଳାଙ୍କୁ ଟ୍ରେନ୍ ଡୋର୍ଠାରୁ ଦୂରେଇ ରହି ନାଚିବାପାଇଁ କହିଥିଲେ। କିନ୍ତୁ କିଛି ସମୟ ପରେ ସେ ନିଜେ ମହିଳାଙ୍କ ସହ ନାଚିଥିଲେ। ଏହି ସମୟରେ ଟ୍ରେନ୍ରେ ଥିବା ଅନ୍ୟ ଯାତ୍ରୀମାନେ ମହିଳାଙ୍କ ସହ ହୋମଗାର୍ଡ ନାଚୁଥିବାର ଦୃଶ୍ୟକୁ ରେକର୍ଡ କରିଥିଲେ।

Tags: