ଟ୍ରୁଡୋଙ୍କ ଉପରେ ବର୍ଷିଲେ ଭାରତୀୟ ବଂଶୋଦ୍ଭବ କାନାଡ଼ା ସାଂସଦ

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବା ବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଆଜି ଟ୍ରୁଡୋଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ବଂଶୋଦ୍ଭବ କାନାଡ଼ା ସାଂସଦ ଚନ୍ଦ୍ରା ଆର୍ଯ୍ୟ ଆତଙ୍କବାଦର ପ୍ରଶଂସା କରୁଥିବା ପ୍ରସଙ୍ଗ‌ରେ ଆଜି ଟ୍ରୁ‌ଡୋଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବାକ୍‌ ସ୍ବାଧୀନତା ନାଁରେ ଏହି ଦେଶରେ ଘୃଣା ଅପରାଧ ଦ୍ବାରା […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଥିବା ବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଆଜି ଟ୍ରୁଡୋଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ବଂଶୋଦ୍ଭବ କାନାଡ଼ା ସାଂସଦ ଚନ୍ଦ୍ରା ଆର୍ଯ୍ୟ ଆତଙ୍କବାଦର ପ୍ରଶଂସା କରୁଥିବା ପ୍ରସଙ୍ଗ‌ରେ ଆଜି ଟ୍ରୁ‌ଡୋଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବାକ୍‌ ସ୍ବାଧୀନତା ନାଁରେ ଏହି ଦେଶରେ ଘୃଣା ଅପରାଧ ଦ୍ବାରା ହିନ୍ଦୁଙ୍କୁ ଟାର୍ଗେଟ୍‌ କରାଯିବାକୁ ଗ୍ରହଣ କରାଯିବନି। କାନାଡ଼ାରେ ଟାର୍ଗେଟ୍‌ ଆକ୍ରମଣକୁ ନେଇ ଅନେକ ହିନ୍ଦୁ ଭୟରେ ଅଛନ୍ତି। କାନାଡ଼ାରେ ଭାରତୀୟ ହିନ୍ଦୁମାନେ ଶାନ୍ତ ରହିବା ସହ ସତର୍କ ରହିବାକୁ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିବାପରେ ଏହା ପରଠାରୁ ଭାରତ ଏବଂ କାନାଡ଼ା ମଧ୍ୟରେ କୂ‌ଟନୈତିକ ବିବାଦ ଆରମ୍ଭ ହୋଇଛି।

Tags: