ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍‌ର ଦୁର୍ନୀତି ସୂଚକାଙ୍କରେ ଭାରତ ୯୬ ସ୍ଥାନରେ

ନୂଆଦିଲ୍ଲୀ: ଜର୍ମାନୀର ଜଣାଶୁଣା ‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନ୍ୟାସନାଲ୍‌’ର ଚଳିତ ବର୍ଷର ‘ଦୁର୍ନୀତି ଧାରଣା ସୂଚକାଙ୍କ’ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବିଶ୍ବର ୧୮୦ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୯୬ ରହିଛି। ବିଭିନ୍ନ ଦେଶରେ ସରକାରୀ ସଂସ୍ଥାରେ ଦୁର୍ନୀତି, ଲାଞ୍ଚ ଆଦିର କାରବାରକୁ ନେଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଭାରତ ୧୦୦ରୁ ୩୮ ନମ୍ବର ପାଇଛି। ୨୦୨୩ ସୂଚକାଙ୍କରେ ଭାରତ ୩୯ ପଏଣ୍ଟ ପାଇ ୯୬ତମ ସ୍ଥାନରେ ରହିଥିଲା। ୨୦୨୨ରେ ଭାରତ ୪୦ ପଏଣ୍ଟ୍‌ […]

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍‌ର ଦୁର୍ନୀତି ସୂଚକାଙ୍କରେ ଭାରତ ୯୬ ସ୍ଥାନରେ
Samaya Live Picture
Published On

ନୂଆଦିଲ୍ଲୀ: ଜର୍ମାନୀର ଜଣାଶୁଣା ‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନ୍ୟାସନାଲ୍‌’ର ଚଳିତ ବର୍ଷର ‘ଦୁର୍ନୀତି ଧାରଣା ସୂଚକାଙ୍କ’ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବିଶ୍ବର ୧୮୦ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୯୬ ରହିଛି। ବିଭିନ୍ନ ଦେଶରେ ସରକାରୀ ସଂସ୍ଥାରେ ଦୁର୍ନୀତି, ଲାଞ୍ଚ ଆଦିର କାରବାରକୁ ନେଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ଭାରତ ୧୦୦ରୁ ୩୮ ନମ୍ବର ପାଇଛି। ୨୦୨୩ ସୂଚକାଙ୍କରେ ଭାରତ ୩୯ ପଏଣ୍ଟ ପାଇ ୯୬ତମ ସ୍ଥାନରେ ରହିଥିଲା। ୨୦୨୨ରେ ଭାରତ ୪୦ ପଏଣ୍ଟ୍‌ ପାଇଥିଲା। ସୂଚନାଯୋଗ୍ୟ, ବ୍ୟବସାୟୀ, ଅର୍ଥନୀତି ଓ ଶିଳ୍ପ ବିଶେଷଜ୍ଞଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ସେମାନଙ୍କୁ ସରକାରୀ କ୍ଷେତ୍ରରେ ଦୁର୍ନୀତିର ମାତ୍ରାକୁ ଶୂନରୁ ୧୦୦ ମଧ୍ୟରେ ଚିହ୍ନିତ କରିବାକୁ କୁହାଯାଇଥିଲା। ଶୂନ ନମ୍ବରରେ ସର୍ବାଧିକ ଦୁର୍ନୀତି ଓ ୧୦୦ ନମ୍ବରରେ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ଶାସନ ବୋଲି ଦର୍ଶାଯାଇଛି। ଗତବର୍ଷ ଏହି ତାଲିକାରେ ପାକିସ୍ତାନର ସ୍ଥାନ ୧୩୩ ଥିବା ବେଳେ ଏବେ ଏହା ୧୨ ନମ୍ବର ପାଇ ୧୩୫ରେ ପହଞ୍ଚିଛି। ଡେନ୍‌ମାର୍କ (୯୦ ପଏଣ୍ଟ୍‌) ବିଶ୍ବର ସର୍ବାଧିକ ସ୍ବଚ୍ଛ ରାଷ୍ଟ୍ର ମାନ୍ୟତା ପାଇଛି ଏବଂ ଏହା ପଛକୁ ଫିନ୍‌ଲାଣ୍ଡ୍‌ ଓ ସିଙ୍ଗାପୁର ରହିଛି। ଏହି ତାଲିକାରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ଭାବେ ଦକ୍ଷିଣ ସୁଦାନ (୮) ଓ ସୋମାଲିଆ (୯) ରହିଛନ୍ତି।

Tags: