ଟ୍ରମ୍ପ ନୁହେଁ, ମୋଦୀଙ୍କ ସହ କଥା ହେବି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧିକୁ ନେଇ ଭୀଷଣ ଖପ୍ପା ଅଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଡା ସିଲ୍‌ଭା। ଶୁଳ୍କ ବୃଦ୍ଧି ନେଇ ସେ ଟ୍ରମ୍ପଙ୍କ ସହିତ କୌଣସି କଥା ହେବାକୁ ଚାହୁନାହାନ୍ତି। ଏହା ଅପେକ୍ଷା ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହେବାକୁ ଅଧିକ ପସନ୍ଦ କରିବେ ବୋଲି କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଟ୍ରମ୍ପଙ୍କ ମତାମତ ଜାଣିବା ପାଇଁ […]

ଟ୍ରମ୍ପ ନୁହେଁ, ମୋଦୀଙ୍କ ସହ କଥା ହେବି: ବ୍ରାଜିଲ ରାଷ୍ଟ୍ରପତି
Samaya Live Picture
Published On

ବ୍ରାସିଲିଆ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧିକୁ ନେଇ ଭୀଷଣ ଖପ୍ପା ଅଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇନାସିଓ ଲୁଲା ଡା ସିଲ୍‌ଭା। ଶୁଳ୍କ ବୃଦ୍ଧି ନେଇ ସେ ଟ୍ରମ୍ପଙ୍କ ସହିତ କୌଣସି କଥା ହେବାକୁ ଚାହୁନାହାନ୍ତି। ଏହା ଅପେକ୍ଷା ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହେବାକୁ ଅଧିକ ପସନ୍ଦ କରିବେ ବୋଲି କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଟ୍ରମ୍ପଙ୍କ ମତାମତ ଜାଣିବା ପାଇଁ ସେ ତାଙ୍କୁ ସିଓପି ବୈଠକକୁ ଆମନ୍ତ୍ରଣ କରିବେ ବୋଲି କହିଛନ୍ତି। ଏଠାକୁ ମୋଦୀ ଓ ଜିନପିଙ୍ଗଙ୍କ ବ୍ୟତୀତ ଅନ୍ୟ ଦେଶଗୁଡ଼ିକର ସର୍ବୋଚ୍ଚ ନେତାଙ୍କୁ ଆମନ୍ତ୍ରଣ କରିବେ ବୋଲି କହିଛନ୍ତି। ଅଗଷ୍ଟ ୧ରେ ଟ୍ରମ୍ପ କହିଥିଲେ ବ୍ରାଜିଲ ରାଷ୍ଟ୍ରପତି ଶୁଳ୍କ ବୃଦ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଯେକୌଣସି ସମୟରେ ତାଙ୍କ ସହିତ କଥା ହୋଇପାରିବେ।

Tags: