ଟ୍ରମ୍ପ୍‌ଙ୍କୁ ଗଲ୍ଫ କ୍ଲବ୍‌ ପରିସରରେ ଆକ୍ରମଣ ଉଦ୍ୟମ

ୱାସିଂଟନ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗଲ୍ଫ କ୍ଲବ୍‌ ପରିସରରେ ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଟ୍ରମ୍ପ୍‌ ସୁରକ୍ଷିତ ଅଛନ୍ତି ବୋଲି ତାଙ୍କ ପ୍ରଚାର ଅଭିଯାନ କମିଟି ପକ୍ଷରୁ କୁହାଯାଇଛି। ପ୍ରଚାର ଅଭିଯାନର ମୁଖପାତ୍ର ଷ୍ଟିଭେନ୍ ଚେଙ୍ଗ୍‌ ଏକ ବିବୃତ୍ତିରେ କହିଛନ୍ତି ଯେ ରବିବାର ଅପରାହ୍ନରେ ପୂର୍ବତନ ରାଷ୍ଟ୍ରପତି ୱେଷ୍ଟ ପାମ୍‌ ବିଚ୍ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କ୍ଲବ୍‌ରେ ଖେଳୁଥିଲେ। ଗୁଳିକାଣ୍ଡ ଖବର ମିଳିବା ମାତ୍ରେ କ୍ଲବ୍‌ର କାର୍ଯ୍ୟକ୍ରମ […]

Samaya Live Picture
Published On

ୱାସିଂଟନ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗଲ୍ଫ କ୍ଲବ୍‌ ପରିସରରେ ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଟ୍ରମ୍ପ୍‌ ସୁରକ୍ଷିତ ଅଛନ୍ତି ବୋଲି ତାଙ୍କ ପ୍ରଚାର ଅଭିଯାନ କମିଟି ପକ୍ଷରୁ କୁହାଯାଇଛି। ପ୍ରଚାର ଅଭିଯାନର ମୁଖପାତ୍ର ଷ୍ଟିଭେନ୍ ଚେଙ୍ଗ୍‌ ଏକ ବିବୃତ୍ତିରେ କହିଛନ୍ତି ଯେ ରବିବାର ଅପରାହ୍ନରେ ପୂର୍ବତନ ରାଷ୍ଟ୍ରପତି ୱେଷ୍ଟ ପାମ୍‌ ବିଚ୍ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କ୍ଲବ୍‌ରେ ଖେଳୁଥିଲେ। ଗୁଳିକାଣ୍ଡ ଖବର ମିଳିବା ମାତ୍ରେ କ୍ଲବ୍‌ର କାର୍ଯ୍ୟକ୍ରମ ବନ୍ଦ ରଖାଯିବା ସହ ଟ୍ରମ୍ପ୍‌ଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଗୁଇନ୍ଦା ବିଭାଗ କହିଛି ଯେ ଟ୍ରମ୍ପଙ୍କ ସହ ଜଡିତ ସମସ୍ତ ସୁରକ୍ଷାମୂଳକ ଘଟଣାର ତଦନ୍ତ ପାଇଁ ପାମ୍ ବିଚ୍ କାଉଣ୍ଟି ସେରିଫ୍‌ଙ୍କ କାର୍ଯ୍ୟାଳୟ ସହିତ ଯୋଗସୂତ୍ର ରକ୍ଷା କରି ତଦନ୍ତ ଚାଲିଛି। ଟ୍ରମ୍ପ୍‌ଙ୍କ ଗଲ୍‌ଫ କ୍ଲବ୍‌ ଅଂଚଳରେ ଆଜି ଜଣେ ସନ୍ଦେହଜନକ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା ଏବଂ ସେ ଏକ ଏକ ବନ୍ଧୁକ ଧରିଥିବା ସନ୍ଦେହ ବଳବତ୍ତର ହେବାପରେ ଜଣେ ଗୁଇନ୍ଦା ଅଧିକାରୀ ଉକ୍ତ ବ୍ୟକ୍ତି ଉପରକୁ ଚୁଳି ଚାଳନା କରିଥିଲେ। ଏହି ଘଟଣା ପରେ ତତ୍କାଳ ଟ୍ରମ୍ପ୍‌ଙ୍କୁ ସୁରକ୍ଷା ଅଧିକାରୀମାନେ ଘେରି ଯାଇ ସୁରକ୍ଷା ସୁନିଶ୍ଚିତ କରିଥିଲେ। ତେବେ ଯେଉଁ ବ୍ୟକ୍ତି ଉପରକୁ ଗୁଳିମାଡ଼ ହୋଇଛି ତାଙ୍କ ସଂପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ। ସୂଚନାଯୋଗ୍ୟ, ଜୁଲାଇ ୧୩ ତାରିଖରେ ଏକ ରାଲିରେ ଟ୍ରମ୍ପ୍‌ଙ୍କ ଉପରେ ଗୁଳିମାଡ଼ ହୋଇଥିଲା ଏବଂ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣା ପରଠାରୁ ଟ୍ରମ୍ପ୍‌ଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

Tags: