ଟ୍ରମ୍ପଙ୍କ ସହ କଥାବାର୍ତ୍ତା ସମୟରେ ୩୦ ଦିନ ଆଂଶିକ ଅସ୍ତ୍ରବିରତି ପାଇଁ ପୁଟିନ ରାଜି

ନୂଆଦିଲ୍ଲୀ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ତାଙ୍କ ରୁଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ଦ୍ବାରା ଦିଆଯାଇଥିବା ୩୦ ଦିନର ଯୁଦ୍ଧବିରତି ପ୍ରସ୍ତାବ ଉପରେ ୨ ରାଷ୍ଟ୍ରନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ୩୦ ଦିନର ଯୁଦ୍ଧବିରତି ପ୍ରସ୍ତାବରେ ପୁଟିନ ରାଜିହେବା ପାଇଁ ଆମେରିକା ପ୍ରଶାସନ ଚଳାଇଥିବା ଉଦ୍ୟମରେ ଏହା […]

Samaya Live Picture
Published On

ନୂଆଦିଲ୍ଲୀ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ତାଙ୍କ ରୁଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା। ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ଦ୍ବାରା ଦିଆଯାଇଥିବା ୩୦ ଦିନର ଯୁଦ୍ଧବିରତି ପ୍ରସ୍ତାବ ଉପରେ ୨ ରାଷ୍ଟ୍ରନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ୩୦ ଦିନର ଯୁଦ୍ଧବିରତି ପ୍ରସ୍ତାବରେ ପୁଟିନ ରାଜିହେବା ପାଇଁ ଆମେରିକା ପ୍ରଶାସନ ଚଳାଇଥିବା ଉଦ୍ୟମରେ ଏହା ସଫଳ ହୋଇଛି। ୟୁକ୍ରେନରେ ୩୦ ଦିନ ପାଇଁ ଆଂଶିକ ଅସ୍ତ୍ରବିରତି ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ‌ ଟେଲିଫୋନରେ ଆଲୋଚନା ବେଳେ ରାଜି ହୋଇଛନ୍ତି। ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଟେଲି‌ଫୋନରେ ୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହେବା ପରେ ଏହି ନିଷ୍କର୍ଷ ବାହାରିଛି। ୟୁକ୍ରେନର ଶକ୍ତି କେନ୍ଦ୍ର ଏବଂ ଭିତ୍ତିଭୂମିଗୁଡ଼ିକ ଉପରେ ଆକ୍ରମଣ କରିବ ନାହିଁ ବୋଲି କ୍ରେମଲିନ୍‌ କହିଛି। ଏଥିସହିତ କୃଷ୍ଣ ସାଗରରେ ସାମୁଦ୍ରିକ ଅସ୍ତ୍ରବିରତି ପାଇଁ ମଧ୍ୟ ବୈଷୟିକ ଆଲୋଚନା ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ସଂପୂର୍ଣ୍ଣ ଅସ୍ତ୍ରବିରତି ଏବଂ ସ୍ଥାୟୀ ଶାନ୍ତି ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଗୁରୁତ୍ବାରୋପ କରିଛନ୍ତି। ୟୁକ୍ରେନରେ ଯୁଦ୍ଧ ବନ୍ଦ ପାଇଁ ମଧ୍ୟପ୍ରାଚ୍ୟରେ ପୁନର୍ବାର ତୁରନ୍ତ ଆଲୋଚନା ହେବ ବୋଲି ହ୍ବାଇଟ୍‌ ହାଉସ ଘୋଷଣା କରିଛି। ଫଳରେ ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା କ୍ଷେତ୍ରରେ ଏହା ଗୋଟିଏ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଯୁଦ୍ଧ ଯୋଗୁ ଉଭୟ ରୁଷ୍‌ ଓ ୟୁକ୍ରେନର ବ୍ୟାପକ କ୍ଷତି ହୋଇଛି । ଯୁଦ୍ଧରେ ଯେଉଁ ରକ୍ତ ଏବଂ ସମ୍ପତ୍ତିର ଦୁରୁପଯୋଗ ହୋଇଛି ତାହାକୁ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯାଇ ପାରିଥାନ୍ତା। ଏଥିସହିତ ସେମାନେ ଏଥିରେ ମଧ୍ୟ ସହମତି ହୋଇଛନ୍ତି ଯୁଦ୍ଧ ଆରମ୍ଭ ହେବାର ନଥିଲା। କୂଟନୈତିକ ଉଦ୍ୟମରେ ବହୁପୂର୍ବରୁ ଯୁଦ୍ଧ ବନ୍ଦ ହେବାର ଆବଶ୍ୟକତା ଥିଲା। ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ମଧ୍ୟ ପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଥିଲା।

 

Tags: