ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନୀ ଦଙ୍ଗା ସମେତ ୨ ଅଭିଯୋଗ ଖାରଜ

ୱାସିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ସଂପ୍ରତି ନିର୍ବାଚନରେ ବିଜୟୀ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଫେଡରାଲ୍‌ କୋର୍ଟରୁ ଆଶ୍ବସ୍ତି ମିଳିଛି। ୨୦୨୦ ନିର୍ବାଚନ ପରବର୍ତ୍ତୀ ଦଙ୍ଗା ଓ ଘରକୁ ‘ଗୋପନୀୟ’ ନଥି ନେଇଥିବା ମାମଲାରେ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ମାମଲାକୁ ବିଚାରପତି ଖାରଜ କରିଛନ୍ତି। ସୂଚନାନୁସାରେ, ଟ୍ରମ୍ପଙ୍କ ବିରୋଧରେ ଥିବା ଉପରୋକ୍ତ ଦୁଇ ମାମଲା ଖାରଜ କରିବାକୁ ଫେଡରାଲ୍‌ କୋର୍ଟରେ ସ୍ବତନ୍ତ୍ର ଓକିଲ ଜାକ୍‌ ସ୍ମିଥ୍‌ ଆବେଦନ କରିଥିଲେ। ଜଜ୍‌ ତନୟା ଏସ୍‌ ଚୁଟ୍‌କାନ୍‌ଙ୍କୁ ସେ […]

Samaya Live Picture
Published On

ୱାସିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ସଂପ୍ରତି ନିର୍ବାଚନରେ ବିଜୟୀ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଫେଡରାଲ୍‌ କୋର୍ଟରୁ ଆଶ୍ବସ୍ତି ମିଳିଛି। ୨୦୨୦ ନିର୍ବାଚନ ପରବର୍ତ୍ତୀ ଦଙ୍ଗା ଓ ଘରକୁ ‘ଗୋପନୀୟ’ ନଥି ନେଇଥିବା ମାମଲାରେ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ମାମଲାକୁ ବିଚାରପତି ଖାରଜ କରିଛନ୍ତି। ସୂଚନାନୁସାରେ, ଟ୍ରମ୍ପଙ୍କ ବିରୋଧରେ ଥିବା ଉପରୋକ୍ତ ଦୁଇ ମାମଲା ଖାରଜ କରିବାକୁ ଫେଡରାଲ୍‌ କୋର୍ଟରେ ସ୍ବତନ୍ତ୍ର ଓକିଲ ଜାକ୍‌ ସ୍ମିଥ୍‌ ଆବେଦନ କରିଥିଲେ। ଜଜ୍‌ ତନୟା ଏସ୍‌ ଚୁଟ୍‌କାନ୍‌ଙ୍କୁ ସେ ଜଣାଇଥିଲେ ଯେ ଟ୍ରମ୍ପ୍‌ଙ୍କ ବିରୋଧରେ ସରକାରୀ ପକ୍ଷ ପୂର୍ବ ମାମଲା ଖାରଜ ବିରୋଧରେ ଦାଏର ଆବେଦନକୁ ଫେରାଇନେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଉଭୟ ମାମଲାରେ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ଏହାବ୍ୟତୀତ ସ୍ବତନ୍ତ୍ର ଓକିଲ ଜାକ୍‌ କୋର୍ଟଙ୍କୁ ଜଣାଇଥିଲେ ଯେ ଦେଶର ଆଇନାନୁସାରେ, ନିର୍ବାଚିତ ରାଷ୍ଟ୍ରପତିଙ୍କ ବିରୋଧରେ କୌଣସି ମାମଲା ଜାରି ରହିପାରିବ ନାହିଁ। ସୋମବାର, ଜଜ୍‌ ତନୟା ଚୁଟକାନ୍‌ ନିଜ ରାୟରେ କହିଛନ୍ତି, ୨୦୨୦ ନିର୍ବାଚନ ପରବର୍ତ୍ତୀ ଦଙ୍ଗା ପଛରେ ଟ୍ରମ୍ପଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଥିବା ସ୍ପଷ୍ଟ ଅଭିଯୋଗ ରହିଛି। ଏନେଇ ସରକାରଙ୍କ ପାଖରେ ବଳିଷ୍ଠ ପ୍ରମାଣ ମଧ୍ୟ ରହିଛି, କିନ୍ତୁ ଦେଶର ନ୍ୟାୟିକ ବିଭାଗର ନିୟମାନୁସାରେ ଟ୍ରମ୍ପଙ୍କ ବିରୋଧରେ ଆଉ ମାମଲା ଚାଲି ପାରିବ ନାହିଁ।

Tags: