ଟ୍ରମ୍ପଙ୍କ ପଦକ୍ଷେପ ବିରୋଧରେ ୟୁରୋପୀୟ ନେତାଙ୍କ ଜରୁରୀ ବୈଠକ ଡାକିଲେ ମାକ୍ରନ୍
ପ୍ୟାରିସ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ଅପ୍ରତ୍ୟାଶିତ ପଦକ୍ଷେପର ପ୍ରଭାବ ଉପରେ ଆଲୋଚନା କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ୟୁରୋପୀୟ ନେତାମାନଙ୍କର ଏକ ଜରୁରୀ ବୈଠକ ଡାକିଛନ୍ତି। ପ୍ୟାରିସ୍ରେ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋରସ୍କି ସୂଚନା ଦେଇଛନ୍ତି। ଟ୍ରମ୍ପ ଅତ୍ୟନ୍ତ ବେପରୁଆ ଭାବେ ୟୁରୋପୀୟ ରାଷ୍ଟ୍ରମାନଙ୍କ ବିରୋଧରେ ପଦକ୍ଷେପ ନେଉଛନ୍ତି ଏବଂ ସମସ୍ୟା ବଢ଼ାଇ ଚାଲିଥିବା ରାଡୋସ୍ଲା କହିଛନ୍ତି। ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ଏକ […]
ପ୍ୟାରିସ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ଅପ୍ରତ୍ୟାଶିତ ପଦକ୍ଷେପର ପ୍ରଭାବ ଉପରେ ଆଲୋଚନା କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ୟୁରୋପୀୟ ନେତାମାନଙ୍କର ଏକ ଜରୁରୀ ବୈଠକ ଡାକିଛନ୍ତି। ପ୍ୟାରିସ୍ରେ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋରସ୍କି ସୂଚନା ଦେଇଛନ୍ତି। ଟ୍ରମ୍ପ ଅତ୍ୟନ୍ତ ବେପରୁଆ ଭାବେ ୟୁରୋପୀୟ ରାଷ୍ଟ୍ରମାନଙ୍କ ବିରୋଧରେ ପଦକ୍ଷେପ ନେଉଛନ୍ତି ଏବଂ ସମସ୍ୟା ବଢ଼ାଇ ଚାଲିଥିବା ରାଡୋସ୍ଲା କହିଛନ୍ତି। ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ଏକ ରୁଷୀୟ ସାମରିକ ରଣନୀତିକୁ ସୁହାଉଛି ଏବଂ ଏହା ସମଗ୍ର ୟୁରୋପ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଅନେକ ୟୁରୋପୀୟ ନେତା କହିଛନ୍ତି। ନାଟୋ ଏବଂ ୟୁରୋପୀୟ ନିରାପତ୍ତା ଉପରେ ଟ୍ରମ୍ପଙ୍କ ପ୍ରଭାବକୁ ନେଇ ଆଲୋଚନା ଜରୁରୀ ହୋଇପଡ଼ିଛି ଏବଂ ଏହାର ମୁକାବିଲା ପାଇଁ ପରବର୍ତ୍ତୀ ରଣନୀତି ଏହି ବୈଠକରେ ଧାର୍ଯ୍ୟ ହେବ ବୋଲି ୟୁରୋପୀ ସଂଘର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି।




