ଟ୍ରମ୍ପଙ୍କୁ ହତ୍ୟା‌ ଧମକ ଅଭିଯୋଗରେ ପୂର୍ବତନ ଏଫ୍‌ବିଆଇ ନିର୍ଦ୍ଦେଶକଙ୍କ ବିରୋଧରେ ତଦନ୍ତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଇଥିବା ଅଭି‌ଯୋଗରେ ଏଫ୍‌ବିଆଇର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କମିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ହୋମ୍‌ଲାଣ୍ଡ ସୁରକ୍ଷା ସଚିବ କ୍ରିସ୍ତି ନୋଏମ୍‌ ଏହା କହିଛନ୍ତି। କମି ଇନଷ୍ଟାଗ୍ରାମ୍‌ରେ ଶାମୁକାକୁ ସଜାଇ ‘୮୬ ୪୭’ ଲେଖିବାର ଆକୃତି ଦେଇଥିଲେ। ଆମେରିକରେ ୮୬ର ଅର୍ଥ ହେଉଛି ‘ହଟାଇ ଦେବା’ । ଆଉ ୪୭ର ଅର୍ଥ ହେଉଛି ଆମେରିକାର ୪୭ ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ଏହି ପୋଷ୍ଟ୍‌କୁ ନେଇ […]

ଟ୍ରମ୍ପଙ୍କୁ ହତ୍ୟା‌ ଧମକ ଅଭିଯୋଗରେ ପୂର୍ବତନ ଏଫ୍‌ବିଆଇ ନିର୍ଦ୍ଦେଶକଙ୍କ ବିରୋଧରେ ତଦନ୍ତ
Samaya Live Picture
Published On

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଇଥିବା ଅଭି‌ଯୋଗରେ ଏଫ୍‌ବିଆଇର ପୂର୍ବତନ ନିର୍ଦ୍ଦେଶକ ଜେମ୍ସ କମିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ହୋମ୍‌ଲାଣ୍ଡ ସୁରକ୍ଷା ସଚିବ କ୍ରିସ୍ତି ନୋଏମ୍‌ ଏହା କହିଛନ୍ତି। କମି ଇନଷ୍ଟାଗ୍ରାମ୍‌ରେ ଶାମୁକାକୁ ସଜାଇ ‘୮୬ ୪୭’ ଲେଖିବାର ଆକୃତି ଦେଇଥିଲେ। ଆମେରିକରେ ୮୬ର ଅର୍ଥ ହେଉଛି ‘ହଟାଇ ଦେବା’ । ଆଉ ୪୭ର ଅର୍ଥ ହେଉଛି ଆମେରିକାର ୪୭ ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ଏହି ପୋଷ୍ଟ୍‌କୁ ନେଇ ଜୋରଦାର ବିବାଦ ହେବାରୁ କମି ଏହି ପୋଷ୍ଟ୍‌ ହଟାଇ ଦେଇଛନ୍ତି। କ୍ରିସ୍ତି ନୋଏମ ମଧ୍ୟ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ଜେମ୍ସ କମି ପୋଟସ୍‌ ଟ୍ରମ୍ପଙ୍କ ହତ୍ୟା କଥା କହିଛନ୍ତି। ଡିଏଚ୍‌ଏସ୍‌ ଏବଂ ସିକ୍ରେଟ୍‌ ସର୍ଭିସ ଏହି ଘଟଣାର ତଦନ୍ତ କରୁଛନ୍ତି ଓ ଏହାର ସଠିକ୍‌ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କମି କହିଛନ୍ତି, ବେଳାଭୂମିରେ ଚାଲିବାବେଳେ କିଛି ଶାମୁକା ପାଇଲି ଏବଂ ଏହାକୁ ସଜାଇବାରେ ଲାଗିଛି। କିନ୍ତୁ ଏଥି ସହ କିଛି ଖରାପ ଅର୍ଥ ଥିବା ମୁଁ ଜାଣିନାହିଁ। ମୁଁ ହିଂସାକୁ ବିରୋଧ କରେ। ସେଥିପାଇଁ ମୁଁ ଏହି ପୋଷ୍ଟ୍‌କୁ ଏବେ ହଟାଇ ଦେଇଛି ବୋଲି ସେ କହିଛନ୍ତି।

Tags: