ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ପାକିସ୍ତାନୀ ଯୁବକ ଗିରଫ

ନ୍ୟୁୟର୍କ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ଜଣେ ପାକିସ୍ତାନୀ ନାଗରିକ ଗିରଫ ହୋଇଛି। ଗିରଫ ପାକ୍‌ ନାଗରିକର ନାଁ ଆସିଫ୍‌ ମର୍ଚାଣ୍ଟ୍‌। ୟୁଏସ୍‌ ଏଟର୍ଣ୍ଣି ଜେନେରାଲ୍‌ ମେରିକ୍‌ ଗାର୍‌ଲାଣ୍ଡ୍‌ ଏହି ପାକ୍‌ ନାଗରିକଙ୍କ ବିରୋଧରେ ଥିବା ଅଭିଯୋଗ ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ଏକ‌ କୋର୍ଟ ପେପର୍‌କୁ ଆଧାର କରି ଆସିଫ୍‌ ଟ୍ରମ୍ପଙ୍କୁ ହତ୍ୟା ଯୋଜନା କରିଥିବା ସେ ଘୋଷଣା କରିଛନ୍ତି। ଆସିଫ୍‌ ପ୍ରଫେସନାଲ୍‌ ହତ୍ୟାକାରୀଙ୍କ ଦ୍ବାରା ଏହି ଷଡ଼୍‌ଯନ୍ତ୍ର […]

Samaya Live Picture
Published On

ନ୍ୟୁୟର୍କ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ଜଣେ ପାକିସ୍ତାନୀ ନାଗରିକ ଗିରଫ ହୋଇଛି। ଗିରଫ ପାକ୍‌ ନାଗରିକର ନାଁ ଆସିଫ୍‌ ମର୍ଚାଣ୍ଟ୍‌। ୟୁଏସ୍‌ ଏଟର୍ଣ୍ଣି ଜେନେରାଲ୍‌ ମେରିକ୍‌ ଗାର୍‌ଲାଣ୍ଡ୍‌ ଏହି ପାକ୍‌ ନାଗରିକଙ୍କ ବିରୋଧରେ ଥିବା ଅଭିଯୋଗ ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ଏକ‌ କୋର୍ଟ ପେପର୍‌କୁ ଆଧାର କରି ଆସିଫ୍‌ ଟ୍ରମ୍ପଙ୍କୁ ହତ୍ୟା ଯୋଜନା କରିଥିବା ସେ ଘୋଷଣା କରିଛନ୍ତି। ଆସିଫ୍‌ ପ୍ରଫେସନାଲ୍‌ ହତ୍ୟାକାରୀଙ୍କ ଦ୍ବାରା ଏହି ଷଡ଼୍‌ଯନ୍ତ୍ର ରଚିଥିଲା। ପ୍ରଥମ‌େ ବଡ଼ ଧରଣର ଆନ୍ଦୋଳନ ଏବଂ ରାଲି ହୋଇଥାନ୍ତା ଏବଂ ତା’ ପରେ ଟ୍ରମ୍ପଙ୍କୁ ହତ୍ୟା କରାଯାଇଥାନ୍ତା। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୩ ତାରିଖରେ ଟ୍ରମ୍ପ୍‌ଙ୍କୁ ହତ୍ୟା ଉଦ୍ୟମ ବିଫଳ ହେବାପରେ ଏହି କଥା ଜଣାପଡ଼ିଛି। ଆସିଫ୍‌ ମର୍ଚାଣ୍ଟ୍‌ ପାକିସ୍ତାନରୁ ଗତ ଏପ୍ରିଲରେ ଆସି ଆମେରିକାରେ ପହଞ୍ଚିଥିଲା। ଏହା ପୂର୍ବରୁ ସେ ଇରାନରେ ଥିଲା। ସେ ଜଣେ ବ୍ୟକ୍ତିଙ୍କୁ ଉକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ସହଯୋଗ ମାଗିଥ‌ିଲେ କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ସୁରକ୍ଷା ସଂସ୍ଥାକୁ ସବୁକିଛି ଜଣାଇ ଦେଇଥିବା ଜଣାପଡ଼ିଛି। ତେବେ ଆସିଫ୍‌ ଖସିଯିବାକୁ ଚେଷ୍ଟା କରିବାବେଳେ ଜୁଲାଇ ୧୨ ତାରିଖରେ ତାକୁ ଗିରଫ କରାଯାଇଥିଲା।

Tags: