ଟ୍ରକ୍ ଧକ୍କାରେ ୨ ଡିଏସ୍ପିଙ୍କ ମୃତ୍ୟୁ
ହାଇଦ୍ରାବାଦ: ଶନିବାର ସକାଳେ ଆନ୍ଧ୍ରପ୍ରଦେଶ ଗୁଇନ୍ଦା ବିଭାଗର ଦୁଇଜଣ ଡିଏସ୍ପିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେମାନଙ୍କ କାର୍ ଏକ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଡିଭାଇଡର ଉପରେ ଚଢ଼ିଯାଇଥିଲା ଏବଂ ବିପରୀତ ପଟୁ ଆସୁଥିବା ଏକ ଭାରୀ ଟ୍ରକ୍ କାର୍ଟିକୁ ଚାପି ଦେଇଥିଲା। ଆଜି ଭୋର୍ ପ୍ରାୟ ୪ଟା ୪୫ ମିନିଟ୍ରେ କୈଥପୁରମ୍ ଗ୍ରାମ ରାସ୍ତାରେ ଘଟିଥିବା ଏହି ଘଟଣା ପୁଲିସ ମହଲରେ ଶୋକ ଖେଳାଇ ଦେଇଛି। ମୃତକମାନେ ହେଉଛନ୍ତି ଚକ୍ରଧର ରାଓ ଓ ଶାନ୍ତା ରାଓ। […]
ହାଇଦ୍ରାବାଦ: ଶନିବାର ସକାଳେ ଆନ୍ଧ୍ରପ୍ରଦେଶ ଗୁଇନ୍ଦା ବିଭାଗର ଦୁଇଜଣ ଡିଏସ୍ପିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେମାନଙ୍କ କାର୍ ଏକ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଡିଭାଇଡର ଉପରେ ଚଢ଼ିଯାଇଥିଲା ଏବଂ ବିପରୀତ ପଟୁ ଆସୁଥିବା ଏକ ଭାରୀ ଟ୍ରକ୍ କାର୍ଟିକୁ ଚାପି ଦେଇଥିଲା। ଆଜି ଭୋର୍ ପ୍ରାୟ ୪ଟା ୪୫ ମିନିଟ୍ରେ କୈଥପୁରମ୍ ଗ୍ରାମ ରାସ୍ତାରେ ଘଟିଥିବା ଏହି ଘଟଣା ପୁଲିସ ମହଲରେ ଶୋକ ଖେଳାଇ ଦେଇଛି। ମୃତକମାନେ ହେଉଛନ୍ତି ଚକ୍ରଧର ରାଓ ଓ ଶାନ୍ତା ରାଓ। ଏକ ମାମଲାର ଅନୁସନ୍ଧାନ କରିବା ପାଇଁ ସେମାନେ ହାଇଦ୍ରାବାଦ ଅଭିମୁଖେ ଯାଉଥିଲେ ବୋଲି ଜଣାପଡିଛି। ସେହି ଘଟଣାର ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ଡିଭାଇଡରର ବିପରୀତ ପାର୍ଶ୍ୱରେ ଯାଉଥିବା ଲରିଟି ଭାରସାମ୍ୟ ହରାଇ ଅଧିକାରୀଙ୍କ କାର୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାର୍ରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୁର୍ଗା ପ୍ରସାଦ ଓ ଡ୍ରାଇଭର ନରସିଂହ ରାଓ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଚୌଟୁପାଲ ଇନ୍ସପେକ୍ଟର ଜି ମନ୍ମଥ କୁମାର କହିଛନ୍ତି ଯେ ଘଟଣାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି।




