ଟୋଲ୍ ଫି ପାଇଁ ଟୋଲ ବୁଥ୍ କର୍ମଚାରୀଙ୍କୁ ନିର୍ମମ ହତ୍ୟା
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଗତ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କିଛି ଯୁବକ ଟୋଲ୍ ଫି ନଦେଇ ଟୋଲ୍ ବୁଥ୍ କର୍ମଚାରୀଙ୍କ ସହ ପ୍ରବଳ ଝଗଡ଼ା କରିଥିଲେ ଏବଂ ପରେ ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏହି ଘଟଣାରେ ଜଣେ ଟୋଲ ବୁଥ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ମୃତ ଟୋଲ୍ କର୍ମଚାରୀଙ୍କ ନାମ ପୱନ କୁମାର। ତାଙ୍କ ବୟସ ୨୬। ରାମନଗର ତାଲୁକରେ ଶେଶଗିରିହଲ୍ଲି […]
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଗତ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। କିଛି ଯୁବକ ଟୋଲ୍ ଫି ନଦେଇ ଟୋଲ୍ ବୁଥ୍ କର୍ମଚାରୀଙ୍କ ସହ ପ୍ରବଳ ଝଗଡ଼ା କରିଥିଲେ ଏବଂ ପରେ ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏହି ଘଟଣାରେ ଜଣେ ଟୋଲ ବୁଥ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ମୃତ ଟୋଲ୍ କର୍ମଚାରୀଙ୍କ ନାମ ପୱନ କୁମାର। ତାଙ୍କ ବୟସ ୨୬। ରାମନଗର ତାଲୁକରେ ଶେଶଗିରିହଲ୍ଲି ଟୋଲ୍ ପ୍ଲାଜା ନିକଟରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ୪ ଜଣ ବ୍ୟକ୍ତି କାର୍ରେ ମହୀଶୂରରୁ ବେଙ୍ଗାଲୁରୁକୁ ଯାତ୍ରା କରୁଥିଲେ। ରାତି ପ୍ରାୟ ୧୦ଟା ସମୟରେ ସେମାନେ ଟୋଲ୍ ପ୍ଲାଜା ନିକଟରେ ପହଞ୍ଚିଥିଲେ ଏବଂ ଟୋଲ୍ ଫି ଦେଇନଥିଲେ। ଫଳରେ ଟୋଲ୍ ବୂଥ୍ କର୍ମଚାରୀ ଗେଟ୍ ଖୋଲିନଥିଲେ। ଫଳରେ ଟୋଲ୍ ବୁଥ୍ କର୍ମଚାରୀ ଏବଂ ସେମାନଙ୍କ ଭିତରେ ବଚସା ହୋଇଥିଲା। ଉଭୟ ପକ୍ଷ ହାତାହାତି ହୋଇଥିଲେ। କୁମାର କାର୍ରେ ଥିବା ଲୋକଙ୍କୁ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକ ଆସି ଘଟଣାରେ ହସ୍ତକ୍ଷେପ କରିବାପରେ ଝଗଡ଼ା ଶେଷ ହୋଇଥିଲା। ପରେ ରାତି ପ୍ରାୟ ୧୨ଟା ସମୟରେ କୁମାର ରାତ୍ରିଭୋଜନ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ୪ ଜଣ ବ୍ୟକ୍ତି ଆସି ହକି ଷ୍ଟିକ୍ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରି ମାରି ଦେଇଥିଲେ। ତଙ୍କର ଅନ୍ୟଜଣେ ସହକର୍ମୀ ମଂଜୁନାଥଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଛି।




