ଟିମ୍‌ ୱାଲ୍‌ଜଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ କଲେ କମଳା ହାରିସ୍‌

ୱାସିଂଟନ: ‌ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇବାକୁ ଡେମୋକ୍ରାଟ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ତେବେ ପ୍ରାୟ ୧୫- ୨୦ ଦିନ ଧରି ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅବସାନ ଘଟିଛି। ନିଜର ଉପରାଷ୍ଟ୍ରପତି ସହଯୋଗୀ ଭାବେ ମିନ୍ନେସୋଟାର ଗଭର୍ଣ୍ଣର ଟିମ୍‌ ୱାଲ୍‌ଜଙ୍କୁ କମଳା ହାରିସ ଚୟନ କରିଛନ୍ତି। ନେବ୍ରାସ୍କାରେ ଜନ୍ମିତ ଟିମ୍‌(୬୦) ଆମେରିକା ସେନାର ନ୍ୟାସନାଲ୍‌ ଗାର୍ଡ ସଦସ୍ୟ […]

Samaya Live Picture
Published On

ୱାସିଂଟନ: ‌ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିରୋଧରେ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇବାକୁ ଡେମୋକ୍ରାଟ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ତେବେ ପ୍ରାୟ ୧୫- ୨୦ ଦିନ ଧରି ଉପରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅବସାନ ଘଟିଛି। ନିଜର ଉପରାଷ୍ଟ୍ରପତି ସହଯୋଗୀ ଭାବେ ମିନ୍ନେସୋଟାର ଗଭର୍ଣ୍ଣର ଟିମ୍‌ ୱାଲ୍‌ଜଙ୍କୁ କମଳା ହାରିସ ଚୟନ କରିଛନ୍ତି। ନେବ୍ରାସ୍କାରେ ଜନ୍ମିତ ଟିମ୍‌(୬୦) ଆମେରିକା ସେନାର ନ୍ୟାସନାଲ୍‌ ଗାର୍ଡ ସଦସ୍ୟ ଭାବେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟ କରିବା ପରେ ମାନକାଟୋ ସ୍ଥିତ ଏକ ହାଇସ୍କୁଲରେ ଭୂଗୋଳ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ୨୦୦୬ରେ ସେ ନିଜର ଶିକ୍ଷକତା ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ରିପବ୍ଲିକାନ୍‌ ଦଳର ଗଡ଼ କୁହାଯାଉଥିବା ମିନ୍ନେସୋଟାରୁ ସେ କ୍ରମାଗତ ଭାବେ ୨୦୧୮ ଯାଏଁ ସାଂସଦ ଭାବେ ଜିତି ଆସିଥିଲେ। ୨୦୧୮ ଓ ୨୦୨୨ରେ ସେ ମିନ୍ନେସୋଟାରୁ ଗଭର୍ଣ୍ଣର ହୋଇଥିଲେ। ହାରିସ ତାଙ୍କୁ ନିଜର ଉପରାଷ୍ଟ୍ରପତି କରିବାପାଇଁ ନିଷ୍ପତ୍ତି ନେବାପରେ ଏହା ଚୂଡ଼ାନ୍ତ ହୋଇଛି।

Tags: