ଟିଭି ବିତର୍କରେ ପାକିସ୍ତାନର ଦୁଇ ନେତା ପିଟାପିଟି

ଇସଲାମାବାଦ: ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲରେ ଲାଇଭ ବିତର୍କ ଚାଲିଥିବାବେଳେ ଦୁଇ ଜଣ ନେତା ପିଟାପିଟି ହୋଇଛନ୍ତି। ସେମାନେ ହେଲେ ଶେର୍‌ ଅଫଜଲ ମରୱାତ ଏବଂ ଅଫନାନୁଲ୍ଲା ଖାନ୍। ଅଫଜଲ ଜଣେ ଆଇନଜୀବୀ ଏବଂ ସେ ପାକିସ୍ତାନ ତେ‌ହରିକ-ଇ-ଇନସାଫ (ପିଟିଆଇ) ଦଳର ଜଣେ ସମର୍ଥକ। ଅଫନାନୁଲ୍ଲା ହେଉଛନ୍ତି ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ (ପିଏମଏଲ-ଏନ)ର ସିନେଟର। ବିତର୍କ ବେଳେ ପ୍ରଥମେ ମରୱାତ ତାଙ୍କ ଚେୟାରରୁ ଉଠି ଯାଇ ଅଫନାନୁଲ୍ଲାଙ୍କୁ ପିଟିଥିଲେ। ଏହାପରେ ଅଫନାନୁଲ୍ଲା ପାଲଟା ଆକ୍ରମଣ କରିଥିଲେ। […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲରେ ଲାଇଭ ବିତର୍କ ଚାଲିଥିବାବେଳେ ଦୁଇ ଜଣ ନେତା ପିଟାପିଟି ହୋଇଛନ୍ତି। ସେମାନେ ହେଲେ ଶେର୍‌ ଅଫଜଲ ମରୱାତ ଏବଂ ଅଫନାନୁଲ୍ଲା ଖାନ୍। ଅଫଜଲ ଜଣେ ଆଇନଜୀବୀ ଏବଂ ସେ ପାକିସ୍ତାନ ତେ‌ହରିକ-ଇ-ଇନସାଫ (ପିଟିଆଇ) ଦଳର ଜଣେ ସମର୍ଥକ। ଅଫନାନୁଲ୍ଲା ହେଉଛନ୍ତି ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ (ପିଏମଏଲ-ଏନ)ର ସିନେଟର। ବିତର୍କ ବେଳେ ପ୍ରଥମେ ମରୱାତ ତାଙ୍କ ଚେୟାରରୁ ଉଠି ଯାଇ ଅଫନାନୁଲ୍ଲାଙ୍କୁ ପିଟିଥିଲେ। ଏହାପରେ ଅଫନାନୁଲ୍ଲା ପାଲଟା ଆକ୍ରମଣ କରିଥିଲେ। ପରସ୍ପର ପରସ୍ପରକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ସେହି ସମୟରେ ଆଙ୍କର ଓ ଅନ୍ୟମାନେ ଉଭୟଙ୍କୁ ମାଡ଼ପିଟରୁ ଅଲଗା କରିବାକୁ ଉଦ୍ୟମ କରିଥିଲେ। ଏହାର ଏକ ଭିଡିଓ ଏବେ ଜୋରଦାର ଭାଇରାଲ୍‌ ହେବାରେ ଲାଗିଛି।

Tags: