ଟିଭି ଚ୍ୟାନେଲକୁ ସରକାରଙ୍କ ପରାମର୍ଶ, ଗୁରୁତର ଅପରାଧରେ ଦୋଷୀ ବ୍ୟକ୍ତିଙ୍କୁ ମଞ୍ଚ ଦିଅନ୍ତୁ ନାହିଁ

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସହ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଜାରି କରିଛି । ନିକଟରେ ବିଦେଶରେ ରହୁଥିବା ଜଣେ ଅପରାଧିକ ବ୍ୟକ୍ତି ଟେଲିଭିଜନ ଚ୍ୟାନେଲ ଆଲୋଚନାରେ ସାମିଲ ହେବା ପରେ ଏପରି ମାର୍ଗଦର୍ଶିକା ଜାରି ହୋଇଛି । […]

Samaya Live Picture
Published On

ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସହ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଜାରି କରିଛି । ନିକଟରେ ବିଦେଶରେ ରହୁଥିବା ଜଣେ ଅପରାଧିକ ବ୍ୟକ୍ତି ଟେଲିଭିଜନ ଚ୍ୟାନେଲ ଆଲୋଚନାରେ ସାମିଲ ହେବା ପରେ ଏପରି ମାର୍ଗଦର୍ଶିକା ଜାରି ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଆତଙ୍କବାଦ ଭଳି ଗମ୍ଭୀର ମାମଲା ରହିଛି ଏବଂ ସେ ଭାରତୀୟ ଆଇନ ଦ୍ୱାରା ପ୍ରତିବନ୍ଧିତ ଏକ ଆତଙ୍କବାଦ ଗୋଷ୍ଠୀ ସହ ସମ୍ପୃକ୍ତ। ଆଲୋଚନା ସମୟରେ ବ୍ୟକ୍ତି ଜଣକ ଦେଶର ସାର୍ବଭୌମତ୍ୱ/ଅଖଣ୍ଡତା, ଭାରତର ନିରାପତ୍ତା, ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦେଶରେ ଜନଶୃଙ୍ଖଳା ବିଗିଡ଼ିବା ସମ୍ଭାବନା ଥିବା ଅନେକ ମନ୍ତବ୍ୟ ଦେଇଥିଲେ। ମନ୍ତ୍ରାଳୟ ସ୍ପଷ୍ଟ କରି କହିଛି ଯେ, କେନ୍ଦ୍ର ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିଛନ୍ତି ଏବଂ ସମ୍ବିଧାନ ଅଧୀନରେ ଏହାର ଅଧିକାରକୁ ସମ୍ମାନ ଦିଅନ୍ତି। କିନ୍ତୁ ଟିଭି ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥା ସମେତ ଏହାର ଧାରା ୨୦ର ଉପଧାରା (୨)କୁ ପାଳନ କରିବା ଆବଶ୍ୟକ।

Tags: