ଟିକେଟ୍ ନ ମିଳିବାରୁ ଅସନ୍ତୋଷ ତେଜିଲା, ୨ ଦିନରେ ୨ ବିଜେପି ସାଂସଦ ଦଳ ଛାଡିଲେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଯଦିଓ ବିଜେପି ଏହାର ସମ୍ପୂର୍ଣ୍ଣ ତାଲିକା ଜାରି କରିନି। ତଥାପି ବିଜେପିର ଟିକେଟ ବଣ୍ଟନକୁ ନେଇ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୨ ଦିନ ମଧ୍ୟରେ ଦୁଇଜଣ ବିଜେପି ସାଂସଦ ଦଳ ଛାଡ଼ିଲେଣି। ହିସାର ଲୋକସଭା ଆସନରୁ ସାଂସଦ ବ୍ରିଜେନ୍ଦ୍ର ସିଂହଙ୍କ ପରେ ଏବେ ଚୁରୁ ସାଂସଦ ରାହୁଲ କସ୍ବାଂ ବିଜେପି ଛାଡିଛନ୍ତି। ବିଜେପିର ପ୍ରାଥମିକ ସଦସ୍ୟତା […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଯଦିଓ ବିଜେପି ଏହାର ସମ୍ପୂର୍ଣ୍ଣ ତାଲିକା ଜାରି କରିନି। ତଥାପି ବିଜେପିର ଟିକେଟ ବଣ୍ଟନକୁ ନେଇ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୨ ଦିନ ମଧ୍ୟରେ ଦୁଇଜଣ ବିଜେପି ସାଂସଦ ଦଳ ଛାଡ଼ିଲେଣି। ହିସାର ଲୋକସଭା ଆସନରୁ ସାଂସଦ ବ୍ରିଜେନ୍ଦ୍ର ସିଂହଙ୍କ ପରେ ଏବେ ଚୁରୁ ସାଂସଦ ରାହୁଲ କସ୍ବାଂ ବିଜେପି ଛାଡିଛନ୍ତି। ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେବା ପରେ ଆଜି ସେ ଦିଲ୍ଲୀରେ କଂଗ୍ରେସରେ ଯୋଗ ଦେଇଛନ୍ତି। ରାହୁଲ କସ୍ବାଂ ଦୁଇ ଥର ବିଜେପି ସାଂସଦ ହୋଇଥିବା ବେଳେ ତାଙ୍କ ବାପା ରାମସିଂହ କସ୍ବାଂ ତିନିଥର ବିଜେପି ସାଂସଦ ଥିଲେ। ତେବେ ବିଜେପିର ପ୍ରଥମ ତାଲିକାରେ କିଛି ବର୍ତ୍ତମାନର ସାଂସଦଙ୍କ ଟିକେଟ କାଟି ଦିଆଯାଇଥିଲା। ଟିକେଟ୍ କଟିଥିବା ଅଧିକାଂଶ ସାଂସଦ ଦଳର ନିଷ୍ପତ୍ତିକୁ ଗ୍ରହଣ କରିଥିଲେ, କିନ୍ତୁ ରାହୁଲ କସ୍ବାଂ ବିଦ୍ରୋହ କରିଥିଲେ। କଂଗ୍ରେସରେ ଯୋଗ ଦେବା ପରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, କଂଗ୍ରେସରେ ଯୋଗ ଦେଇଥିବାରୁ ମୁଁ ରାହୁଲ କସ୍ବାଂଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ବିଜେପି ସବୁବେଳେ ଧମକ ଦେଉଛି, କିନ୍ତୁ ଆମକୁ ରାହୁଲ କସ୍ବାଂଙ୍କ ଭଳି ଲୋକଙ୍କ ଆବଶ୍ୟକତା ରହିଛି ।

Tags: