ଟିକା ନେଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ କୋୱିନ୍‌ ପୋର୍ଟାଲରୁ ଲିକ୍‌ ହୋଇଛି

ନୂଆଦିଲ୍ଲୀ:ଟିକା ନେଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ କୋୱିନ୍‌ ପୋର୍ଟାଲରୁ ଲିକ୍‌ ହୋଇଛି। ଟିଏମ୍‌ସି ‌ନେତା ସକେତ ‌ଗୋଖେଲ ଆଜି ଏହି ଅଭିଯୋଗ କରିଛନ୍ତି। ଗୋଖେଲ କହିଛନ୍ତି, ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନଲାଇନରେ ଉପଲବ୍ଧ ଥିଲା। କୋୱିନ୍‌ ପୋର୍ଟାଲରୁ ଏହି ତଥ୍ୟ ଲିକ୍‌ ହୋଇଛି। ସେହିପରି ଅନ୍ୟ ବିରୋଧୀ ନେତା ତଥା ଏନ୍‌ସିପିର ସୁପ୍ରିୟା ସୁଲେ ଏବଂ କଂଗ୍ରେସର କାର୍ତ୍ତି ଚିଦମ୍ବରମ ମଧ୍ୟ ଏହି ସମାନ ଅଭିଯୋଗ କରିଛନ୍ତି। କିନ୍ତୁ ସରକାର ଏଭଳି […]

Samaya Live Picture
Published On

ନୂଆଦିଲ୍ଲୀ:ଟିକା ନେଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ କୋୱିନ୍‌ ପୋର୍ଟାଲରୁ ଲିକ୍‌ ହୋଇଛି। ଟିଏମ୍‌ସି ‌ନେତା ସକେତ ‌ଗୋଖେଲ ଆଜି ଏହି ଅଭିଯୋଗ କରିଛନ୍ତି। ଗୋଖେଲ କହିଛନ୍ତି, ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନଲାଇନରେ ଉପଲବ୍ଧ ଥିଲା। କୋୱିନ୍‌ ପୋର୍ଟାଲରୁ ଏହି ତଥ୍ୟ ଲିକ୍‌ ହୋଇଛି। ସେହିପରି ଅନ୍ୟ ବିରୋଧୀ ନେତା ତଥା ଏନ୍‌ସିପିର ସୁପ୍ରିୟା ସୁଲେ ଏବଂ କଂଗ୍ରେସର କାର୍ତ୍ତି ଚିଦମ୍ବରମ ମଧ୍ୟ ଏହି ସମାନ ଅଭିଯୋଗ କରିଛନ୍ତି। କିନ୍ତୁ ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଟିଏମ୍‌ସି ନେତା କହିଛନ୍ତି, କିଛି ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ମୋବାଇଲ ନମ୍ବର, ଆଧାର ନମ୍ବର, ଭୋଟର ଆଇଡି ଏବଂ ଏପରିକି ସେମାନଙ୍କ ପରିବାର ସଦସ୍ୟଙ୍କ ବିସ୍ତୃତ ତଥ୍ୟ ଅନଲାଇନରେ ଉପଲବ୍ଧ।

Tags: