ଟିଏମସି ସରକାର ଉପରେ ମୋଦୀ ବର୍ଷିବାର ଦିନକ ପରେ ମହିଳା ସମର୍ଥକଙ୍କ ସହ ମମତାଙ୍କ ରାଲି

ନୂଆଦିଲ୍ଲୀ : ସନ୍ଦେଶଖାଲି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟିଏମସି ସରକାର ଉପରେ ବର୍ଷିବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ମହିଳା ସମର୍ଥକମାନଙ୍କ ସହ ରାଲି କରିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମମତାଙ୍କ ସହ ଥିବା ଏହି ମହିଳା ସମର୍ଥକଙ୍କ ମଧ୍ୟରେ ଉତ୍ତର ୨୪ ପ୍ରଗଣା ଜିଲ୍ଲା ସନ୍ଦେଶଖାଲିର କିଛି ମହିଳା ଅଛନ୍ତି। ମମତା ଆଜି ମହିଳାମାନଙ୍କ ସହ ପଦଯାତ୍ରା କରିଥିବାବେଳେ ତାଙ୍କ ସହ ପଶ୍ଚିମବଙ୍ଗର ଅନ୍ୟ ଟିଏମସି ନେତ୍ରୀ ତଥା […]

Samaya Live Picture
Published On

ନୂଆଦିଲ୍ଲୀ : ସନ୍ଦେଶଖାଲି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଟିଏମସି ସରକାର ଉପରେ ବର୍ଷିବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ମହିଳା ସମର୍ଥକମାନଙ୍କ ସହ ରାଲି କରିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମମତାଙ୍କ ସହ ଥିବା ଏହି ମହିଳା ସମର୍ଥକଙ୍କ ମଧ୍ୟରେ ଉତ୍ତର ୨୪ ପ୍ରଗଣା ଜିଲ୍ଲା ସନ୍ଦେଶଖାଲିର କିଛି ମହିଳା ଅଛନ୍ତି। ମମତା ଆଜି ମହିଳାମାନଙ୍କ ସହ ପଦଯାତ୍ରା କରିଥିବାବେଳେ ତାଙ୍କ ସହ ପଶ୍ଚିମବଙ୍ଗର ଅନ୍ୟ ଟିଏମସି ନେତ୍ରୀ ତଥା ସୁଶ୍ମିତା ଦେବ, ଶଶି ପଞ୍ଜା ଏବଂ ଦଳର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଏବଂ ସାମ୍ବାଦିକା ସାଗରିକା ଘୋଷ ଯୋଗ ଦେଇଥିଲେ। ଏଥିସହ ଦଳର ଜାତୀୟ ସାଧାରଣ ସଚିବ ଅଭିଶେକ ବାନାର୍ଜୀ ମଧ୍ୟ ପଦଯାତ୍ରାରେ ଯୋଗ ଦେଇଥିଲେ। ରାଲିରେ ଉଦବୋଧନ ଦେଇ ମମତା କହିଛନ୍ତି, ଗତକାଲି ବିଜେପି ନେତାମାନେ କହୁଥିଲେ ଯେ ପଶ୍ଚିମବଙ୍ଗରେ ମହିଳାମାନେ ଅତ୍ୟାଚାରିତ ହେଉଛନ୍ତି କିନ୍ତୁ ମୁଁ କହିବି ପଶ୍ଚିମବଙ୍ଗରେ ମହିଳାମାନେ ସବୁଠାରୁ ସୁରକ୍ଷିତ। ବିଜେପିକୁ ଟାର୍ଗେଟ୍ କରି ମମତା କହିଛନ୍ତି, ମଣିପୁରରେ ଯେତେବେଳେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଥିଲା ସେ ସମୟରେ ତୁମେ କେଉଁଠାରେ ଥିଲ। ହାଥରାସରେ ଜଣେ ମହିଳାଙ୍କୁ ଯେତେବେଳେ ଦୁଷ୍କର୍ମ ପରେ ଜାଳି ଦିଆଯାଇଥିଲା ସେତେବେଳେ କେଉଁଠି ଥିଲ।

Tags: