ଟିଏମସିର ଅଭିନେତା ବିଧାୟକ ପାର୍କିଂ ପ୍ରସଙ୍ଗ ପାଇଁ ରେସ୍ତୋରାଁ ମାଲିକଙ୍କୁ ଚାପୁଡ଼ା ମାରିଲେ
ନୂଆଦିଲ୍ଲୀ : ବଙ୍ଗଳା ଅଭିନେତା ଏବଂ ଟିଏମସି ବିଧାୟକ ଶୋହନ ଚକ୍ରବର୍ତ୍ତୀ ଆଜି କୋଲକାତାରେ ଜଣେ ରେସ୍ତୋରାଁ ମାଲିକଙ୍କୁ ଚାପୁଡ଼ା ମାରିଛନ୍ତି। ପାର୍କିଂ ପ୍ରସଙ୍ଗକୁ ନେଇ ରେସ୍ତୋରାଁ କର୍ମଚାରୀ ଏବଂ ଶୋହନ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ବଚସା ହେବାପରେ ଚକ୍ରବର୍ତ୍ତୀ ହୋଟେଲ ମାଲିକଙ୍କୁ ଚାପୁଡ଼ା ମାରିଥିଲେ। ମିଳିଥିବା ସୂଚନାନୁଯାୟୀ ହୋଟେଲ ମାଲିକ ଅନିସୁର ଆଲମ ପ୍ରଥମେ ଶୋହନଙ୍କ ଦଳର ସାଧାରଣ ସଚିବ ଅଭିଶେକ ବାନାର୍ଜୀଙ୍କୁ ମାରଧର କରିବାପରେ ଶୋହନ ହୋଟେଲ ମାଲିକଙ୍କୁ ଚାପୁଡ଼ା ମାରିଥିଲେ। ଆଲମ ହେଉଛନ୍ତି ନ୍ୟୁ […]
ନୂଆଦିଲ୍ଲୀ : ବଙ୍ଗଳା ଅଭିନେତା ଏବଂ ଟିଏମସି ବିଧାୟକ ଶୋହନ ଚକ୍ରବର୍ତ୍ତୀ ଆଜି କୋଲକାତାରେ ଜଣେ ରେସ୍ତୋରାଁ ମାଲିକଙ୍କୁ ଚାପୁଡ଼ା ମାରିଛନ୍ତି। ପାର୍କିଂ ପ୍ରସଙ୍ଗକୁ ନେଇ ରେସ୍ତୋରାଁ କର୍ମଚାରୀ ଏବଂ ଶୋହନ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ବଚସା ହେବାପରେ ଚକ୍ରବର୍ତ୍ତୀ ହୋଟେଲ ମାଲିକଙ୍କୁ ଚାପୁଡ଼ା ମାରିଥିଲେ। ମିଳିଥିବା ସୂଚନାନୁଯାୟୀ ହୋଟେଲ ମାଲିକ ଅନିସୁର ଆଲମ ପ୍ରଥମେ ଶୋହନଙ୍କ ଦଳର ସାଧାରଣ ସଚିବ ଅଭିଶେକ ବାନାର୍ଜୀଙ୍କୁ ମାରଧର କରିବାପରେ ଶୋହନ ହୋଟେଲ ମାଲିକଙ୍କୁ ଚାପୁଡ଼ା ମାରିଥିଲେ। ଆଲମ ହେଉଛନ୍ତି ନ୍ୟୁ ଟାଉନ୍ ଅଞ୍ଚଳରେ ଅବସ୍ଥିତ କୋଲକାତା ଡିଲାଇଟର ମାଲିକ। କୋଲକାତା ଡିଲାଇଟ୍ ମ୍ୟାନେଜର ଦିପଙ୍କର ଘୋଶ କହିଛନ୍ତି ରେସ୍ତୋରାଁ ପକ୍ଷରୁ ଏନେଇ କୌଣସି ଅଭିଯୋଗ ଦାଏର ହୋଇନି।




