ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ରାହୁଲଙ୍କ ବିଜ୍ଞାପନ

ନୂଆଦିଲ୍ଲୀ: ୬ ଦିନିଆ ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନ୍ୟୁୟର୍କ ଗସ୍ତ ପୂର୍ବରୁ ଟାଇମ୍ସ ସ୍କୋୟାର ବିଲବୋର୍ଡରେ ତାଙ୍କ ବିଜ୍ଞାପନ ଦେଖିବାକୁ ମିଳିଛି। ଏଥିରେ ତାଙ୍କ ‌ଭାରତ ଯୋଡ଼ୋ ଯାତ୍ରା ସମୟର ଭିଡ଼ିଓ ପ୍ରଦର୍ଶିତ ହେଉଛି। ନ୍ୟୁୟର୍କ ଡାଉନଟାଉନର ୪୫ତମ ଏବଂ ୪୬ତମ ଷ୍ଟ୍ରିଟରେ ବିଲବୋର୍ଡ‌ରେ ରାହୁଲଙ୍କ ଭିଡିଓ ଦେଖିବାକୁ ମିଳିଛି। ବିଜ୍ଞାପନ ଏଜେନ୍ସିଗୁଡ଼ିକର ‌ୱେବସାଇଟ୍‌ ଅନୁଯାୟୀ, ଟାଇମ୍ସ ସ୍କୋୟାର ମଝିରେ ଗୋଟିଏ ଡିଜିଟାଲ ବିଲ୍‌ବୋର୍ଡରେ ବିଜ୍ଞାପନ ବାବଦରେ ୫ ହଜାର ଡଲାରରୁ […]

Samaya Live Picture
Published On

ନୂଆଦିଲ୍ଲୀ: ୬ ଦିନିଆ ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନ୍ୟୁୟର୍କ ଗସ୍ତ ପୂର୍ବରୁ ଟାଇମ୍ସ ସ୍କୋୟାର ବିଲବୋର୍ଡରେ ତାଙ୍କ ବିଜ୍ଞାପନ ଦେଖିବାକୁ ମିଳିଛି। ଏଥିରେ ତାଙ୍କ ‌ଭାରତ ଯୋଡ଼ୋ ଯାତ୍ରା ସମୟର ଭିଡ଼ିଓ ପ୍ରଦର୍ଶିତ ହେଉଛି। ନ୍ୟୁୟର୍କ ଡାଉନଟାଉନର ୪୫ତମ ଏବଂ ୪୬ତମ ଷ୍ଟ୍ରିଟରେ ବିଲବୋର୍ଡ‌ରେ ରାହୁଲଙ୍କ ଭିଡିଓ ଦେଖିବାକୁ ମିଳିଛି। ବିଜ୍ଞାପନ ଏଜେନ୍ସିଗୁଡ଼ିକର ‌ୱେବସାଇଟ୍‌ ଅନୁଯାୟୀ, ଟାଇମ୍ସ ସ୍କୋୟାର ମଝିରେ ଗୋଟିଏ ଡିଜିଟାଲ ବିଲ୍‌ବୋର୍ଡରେ ବିଜ୍ଞାପନ ବାବଦରେ ୫ ହଜାର ଡଲାରରୁ ୫୦ ହଜାର ଡଲାର ( ୪ ଲକ୍ଷରୁ ୪୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ) ଅର୍ଥ ଦୈନିକ ଦେବାକୁ ପଡ଼ିଥାଏ। ଏଥିସହିତ ସମୟ ଏବଂ ସ୍ଥାନ ଅନୁସାରେ ଏଥିରେ ପରିବର୍ତ୍ତନ ହୋଇଥାଏ। ରବିବାର ସେ ଜାଭିଟ୍‌ସ ସେଣ୍ଟରରେ ଭାରତୀୟ ଆମେରିକୀୟମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହା ପୂର୍ବରୁ ସେ ସାନ ଫ୍ରାନସିସକୋ ଏବଂ ୱାସିଂଟନ ଡିସିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି।

Tags: