ଟାଇଟାନିକ ଟୁରିଷ୍ଟ ବୁଡ଼ା ଜାହାଜରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ
ୱାସିଂଟନ: ଆଟଲାଣ୍ଟିକ୍ ମହାସାଗରରେ ନିଖୋଜ ହୋଇଯାଇଥିବା ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜର ସମସ୍ତ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଜାହାଜଟି କୌଣସି ଦୁର୍ଘଟଣା ହେତୁ ଖଣ୍ଡ ବିଖଣ୍ଡିତ ହୋଇଛି ଏବଂ ସମସ୍ତ ୫ ଜଣଙ୍କ ମୃତ୍ୟୁୃ ହୋଇଯାଇଛି। କାନାଡ଼ା ଜାହାଜର ଏକ ରୋବୋଟ୍ ଡାଇଭିଂ ଯାନ ଜାହାଜର ଭଗ୍ନ ଅଂଶ ଠାବ କରିଛି। ଉତ୍ତର ଆଟଲାଣ୍ଟିକ୍ରେ ୧୬୦୦ ଫୁଟ୍ ଗଭୀର ସମୁଦ୍ରଜଳରୁ ଜାହାଜର ଭଗ୍ନାବଶେଷ ଠାବ ହୋଇଛି। […]
ୱାସିଂଟନ: ଆଟଲାଣ୍ଟିକ୍ ମହାସାଗରରେ ନିଖୋଜ ହୋଇଯାଇଥିବା ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜର ସମସ୍ତ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଜାହାଜଟି କୌଣସି ଦୁର୍ଘଟଣା ହେତୁ ଖଣ୍ଡ ବିଖଣ୍ଡିତ ହୋଇଛି ଏବଂ ସମସ୍ତ ୫ ଜଣଙ୍କ ମୃତ୍ୟୁୃ ହୋଇଯାଇଛି। କାନାଡ଼ା ଜାହାଜର ଏକ ରୋବୋଟ୍ ଡାଇଭିଂ ଯାନ ଜାହାଜର ଭଗ୍ନ ଅଂଶ ଠାବ କରିଛି। ଉତ୍ତର ଆଟଲାଣ୍ଟିକ୍ରେ ୧୬୦୦ ଫୁଟ୍ ଗଭୀର ସମୁଦ୍ରଜଳରୁ ଜାହାଜର ଭଗ୍ନାବଶେଷ ଠାବ ହୋଇଛି। କୌଣସି ଦେହାବଶେଷ ମିଳିଛି କି ନା’ ତାହା ସ୍ପଷ୍ଟ କରାଯାଇନି। ଉଲ୍ଲେଖଯୋଗ୍ୟ ଯେ ରବିବାର ସକାଳୁ ବୁଡ଼ାଜାହାଜଟି ନିଖୋଜ ହୋଇଯାଇଥିଲା। ଲଗାତାର ୪ ଦିନର କସରତ ସତ୍ତ୍ବେଜାହାଜରେ ଥିବା ଯାତ୍ରୀମାନଙ୍କୁ ଜୀବିତ ଉଦ୍ଧାର କରିହେଲାନି। ଆମେରିକା ଓ କାନାଡ଼ାର ଜାହାଜ କର୍ମଚାରୀ ଓ ତଟରକ୍ଷୀମାନେ ଉତ୍ତର ଆଟ୍ଲାଣ୍ଟିକ୍ ମହାସାଗରରେ ୪ ଦିନ ଖୋଜାଖୋଜି କରିବା ପରେ ଭଗ୍ନ ଜାହାଜ ଠାବ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବ୍ରିଟିସ ଯାତ୍ରୀବାହୀ ଜାହାଜ ଟାଇଟାନିକ ସାଉଥାମ୍ପଟନରୁ ନ୍ୟୁୟର୍କ ଯାଉଥିବା ବେଳେ ୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ିଯାଇଥିଲା। ଏଥିରେ ଥିବା ୨,୨୨୪ ଜଣ ଯାତ୍ରୀ-କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୫୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ୧୯୮୫ ମସିହାରେ ଟାଇଟାନିକ୍ର ଧ୍ବଂସାବଶେଷକୁ ଆଟଲାଣ୍ଟିକ୍ ମହାସାଗର ଗର୍ଭରେ ଆବିଷ୍କାର କରାଯାଇଥିଲା। ତା’ପରଠାରୁ ଏହାକୁ ଦେଖିବା ପାଇଁ ଓସେନଗେଟ୍ ନାମକ କମ୍ପାନି ପକ୍ଷରୁ ଦୁଃସାହସିକ ସମୁଦ୍ର ଯାତ୍ରାରେ ପର୍ଯ୍ୟଟକମାନଙ୍କୁ ନିଆଯାଉଛି।




