ଟମାଟୋ ବିକି ୪୫ ଦିନରେ ୪ କୋଟି ଟଙ୍କା ରୋଜଗାର କଲେ ଆନ୍ଧ୍ର ଚାଷୀ
କୋଲାର:ଟମାଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା। ଟମାଟୋ ଦର ହଠାତ ଆକାଶଛୁଆଁ ହେବା ଗ୍ରାହକଙ୍କ ପକେଟ୍କୁ ବାଧି ଥିବାବେଳେ ଏହା କଠିନ ପରିଶ୍ରମ କରିଥିବା କିଛି ଚାଷୀଙ୍କ ଭାଗ୍ୟ ବଦଳାଇ ଦେଇଛି। ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲାର ଜଣେ ଚାଷୀଙ୍କ ଭାଗ୍ୟ ବି ଟମାଟୋ ପାଇଁ ବଦଳି ଯାଇଛି। ଟମାଟୋ ବିକି ମାତ୍ର ୪୫ ଦିନରେ ସେ ଟମାଟୋ ବିକି ୪ କୋଟି ଟଙ୍କା ରୋଜଗାର କରିଛନ୍ତି। ଉକ୍ତ ଚାଷୀଙ୍କ ନାଁ ମୁରଲୀ। ତାଙ୍କ ବୟସ ୪୮। ଟମାଟୋ […]
କୋଲାର:ଟମାଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା। ଟମାଟୋ ଦର ହଠାତ ଆକାଶଛୁଆଁ ହେବା ଗ୍ରାହକଙ୍କ ପକେଟ୍କୁ ବାଧି ଥିବାବେଳେ ଏହା କଠିନ ପରିଶ୍ରମ କରିଥିବା କିଛି ଚାଷୀଙ୍କ ଭାଗ୍ୟ ବଦଳାଇ ଦେଇଛି। ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲାର ଜଣେ ଚାଷୀଙ୍କ ଭାଗ୍ୟ ବି ଟମାଟୋ ପାଇଁ ବଦଳି ଯାଇଛି। ଟମାଟୋ ବିକି ମାତ୍ର ୪୫ ଦିନରେ ସେ ଟମାଟୋ ବିକି ୪ କୋଟି ଟଙ୍କା ରୋଜଗାର କରିଛନ୍ତି। ଉକ୍ତ ଚାଷୀଙ୍କ ନାଁ ମୁରଲୀ। ତାଙ୍କ ବୟସ ୪୮। ଟମାଟୋ ତାଙ୍କୁ ଦେଢ଼ କୋଟି ଟଙ୍କାର ଋଣଭାରରୁ ବି ମୁକ୍ତ କରିଦେଇଛି। ମୁରଲୀ ଆନ୍ଧ୍ରପ୍ରଦେଶର ମଦନପଲ୍ଲେ ଜିଲ୍ଲାରେ ଟମାଟୋ ବିକିବା ସହ ୧୩୦ କିମିରୁ ଅଧିକ ବାଟ ଅତିକ୍ରମ କରି କର୍ଣ୍ଣାଟକ ବଜାରରେ ବି ଟମାଟୋ ବିକିଛନ୍ତି। ମୁରଲୀଙ୍କର ଯୌଥ ପରିବାର। ସେ କରକମଣ୍ଡଳ ଗାଁରେ ପରିବାର ସହ ରହନ୍ତି। ୨୨ ଏକର ଜମିରେ ସେ ଟମାଟୋ ଚାଷ କରିଛନ୍ତି। ଗତବର୍ଷ ତାଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଥିଲା। ଚାଷ ପାଇଁ ସେ ଦେଢ଼ କୋଟି ଟଙ୍କା ଋଣ ଜାଲରେ ପଡ଼ିଗଲେ। ଗାଁରେ ବାରମ୍ବାର ବିଦ୍ୟୁତ କାଟ ହେବାରୁ ଏହାର ପ୍ରଭାବ ଚାଷ ଉପରେ ପଡ଼ିଲା। କିନ୍ତୁ ଚଳିତ ଥର ତାଙ୍କ ଭାଗ୍ୟ ତାଙ୍କର ସାଥ୍ ଦେଇଛି। ମୁରଲୀଙ୍କ ପୁଅ ଇଞ୍ଜିନିୟରିଂ ପାଠ ପଢ଼ୁଥିବାବେଳେ ଝିଅ ଡାକ୍ତରୀ ପାଠ ପଢ଼ୁଛନ୍ତି। ଟମାଟୋ ବିକି ମୁରଲୀ ତାଙ୍କର ସବୁ ଋଣ ସୁଝିଦେବା ପରେ ବି ତାଙ୍କ ପାଖରେ ଆଉ ୨ କୋଟି ଟଙ୍କା ଅଛି । ଏବେ ସେ ଏହି ଟଙ୍କାକୁ ଜମି ଏବଂ ଉଦ୍ୟାନ କୃଷିରେ ବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି।




