ଟମାଟୋ ବିକି ମାସକରେ କୋଟିପତି ହେଲେ ମହାରାଷ୍ଟ୍ର ଚାଷୀ
ମୁମ୍ବାଇ : ମହାରାଷ୍ଟ୍ର ପୁନେ ଜିଲ୍ଲା ଅଧୀନସ୍ଥ ଜୁନ୍ନାରର ଜଣେ ଚାଷୀ ଟମାଟୋ ବିକି ମାତ୍ର ମାସକରେ କୋଟିପତି ହୋଇଯାଇଛନ୍ତି। ଟୁକାରାମ ଭାଗୋଜି ଗୟାକର ଏବଂ ତାଙ୍କ ପରିବାର ସଦସ୍ୟ ମାସକରେ ୧୩ ହଜାର କ୍ରେଟ୍ ଟମାଟୋ ବିକି ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ଖାଲି ସେ ଏକା ନୁହନ୍ତି, ଜୁନ୍ନାରରେ ଅଧିକାଂଶ ଚାଷୀ ଟମାଟୋ ବିକି ଏବେ କୋଟିପତି ହୋଇଛନ୍ତି। ଟୁକାରାମଙ୍କର ୧୮ ଏକର ଚାଷଜମି ଅଛି। ୧୨ ଏକର ଜମିରେ ସେ […]
ମୁମ୍ବାଇ : ମହାରାଷ୍ଟ୍ର ପୁନେ ଜିଲ୍ଲା ଅଧୀନସ୍ଥ ଜୁନ୍ନାରର ଜଣେ ଚାଷୀ ଟମାଟୋ ବିକି ମାତ୍ର ମାସକରେ କୋଟିପତି ହୋଇଯାଇଛନ୍ତି। ଟୁକାରାମ ଭାଗୋଜି ଗୟାକର ଏବଂ ତାଙ୍କ ପରିବାର ସଦସ୍ୟ ମାସକରେ ୧୩ ହଜାର କ୍ରେଟ୍ ଟମାଟୋ ବିକି ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି। ତେବେ ଖାଲି ସେ ଏକା ନୁହନ୍ତି, ଜୁନ୍ନାରରେ ଅଧିକାଂଶ ଚାଷୀ ଟମାଟୋ ବିକି ଏବେ କୋଟିପତି ହୋଇଛନ୍ତି। ଟୁକାରାମଙ୍କର ୧୮ ଏକର ଚାଷଜମି ଅଛି। ୧୨ ଏକର ଜମିରେ ସେ ଟମାଟୋ ଲଗାଇଥିଲେ। ପୁଅ ଈଶ୍ବର ଗୟାକର ଏବଂ ବୋହୂ ସୋନାଲିଙ୍କ ସହଯୋଗରେ ସେ ଟମାଟୋ ଚାଷ କରିଥିଲେ। ଭଲ ଅମଳ ବି ହୋଇଛି। ଗତ ମାସରେ ସେ ପ୍ରତି କ୍ରେଟ୍ ପିଛା ୧ ହଜାରରୁ ୨୪୦୦ ଟଙ୍କାରେ ବିକିଛନ୍ତି। ଜୁନ୍ନାରରେ ଏବେ ଅଧିକାଂଶ ଚାଷୀ କୋଟିପତି ହୋଇଯାଇଛନ୍ତି। ଉକ୍ତ ଅଞ୍ଚଳରେ ଚାଷ ଉତ୍ପାଦ କମିଟି ମାସକରେ ୮୦ କୋଟି ଟଙ୍କାର ଟମାଟୋ ବିକ୍ରି କରିଛି।




