ଟମାଟୋ ପାଇଁ ପ୍ରବଳ କଳି, ସ୍ବାମୀ ତରକାରୀରେ ୨ଟି ଟମାଟୋ ପକାଇବାରୁ ସ୍ତ୍ରୀ ଘର ଛାଡ଼ିଦେଲେ

ଭୋପାଳ: ଟମାଟୋ ଦର ଅଚାନକ ବୃଦ୍ଧି ଯୋଗୁଁ ସମସ୍ତଙ୍କ ପକେଟ୍‌କୁ ବାଧିଛି। ଗରିବ ଏବଂ ମଧ୍ୟବିତ୍ତ ଲୋକ ଏଥିଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି ଟମାଟୋ ପାଇଁ ଘରୋଇ କଳି ବି ବଢ଼ିଛି। କେବଳ ଟମାଟୋ ପାଇଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ବାପ ଘରକୁ ପଳାଇଛନ୍ତି। ମଧ୍ୟପ୍ରଦେଶରେ ଶାହଡୋଲରେ ଜଣେ ମହିଳାଙ୍କ ସ୍ବାମୀ ତାଙ୍କ ବିନା ଅନୁମତିରେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ୨ଟି ଟମାଟୋ ପକାଇ ଦେବାରୁ ମହିଳା ଜଣଙ୍କ […]

Samaya Live Picture
Published On

ଭୋପାଳ: ଟମାଟୋ ଦର ଅଚାନକ ବୃଦ୍ଧି ଯୋଗୁଁ ସମସ୍ତଙ୍କ ପକେଟ୍‌କୁ ବାଧିଛି। ଗରିବ ଏବଂ ମଧ୍ୟବିତ୍ତ ଲୋକ ଏଥିଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି ଟମାଟୋ ପାଇଁ ଘରୋଇ କଳି ବି ବଢ଼ିଛି। କେବଳ ଟମାଟୋ ପାଇଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ବାପ ଘରକୁ
ପଳାଇଛନ୍ତି। ମଧ୍ୟପ୍ରଦେଶରେ ଶାହଡୋଲରେ ଜଣେ ମହିଳାଙ୍କ ସ୍ବାମୀ ତାଙ୍କ ବିନା ଅନୁମତିରେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ୨ଟି ଟମାଟୋ ପକାଇ ଦେବାରୁ ମହିଳା ଜଣଙ୍କ ତାଙ୍କ ସହ ପ୍ରବଳ ବଚସା କରିଥିଲେ ଏବଂ ଶେଷରେ ଘର ଛାଡ଼ି ପଳାଇଥିଲେ। ଏକ ଭୋଜନାଳୟ ଚଳାଉଥିବା ସନ୍ଦୀପ ବର୍ମଣ ନାମକ ଜଣେ ଯୁବକ ପୁଲିସରେ ଏନେଇ ଏତଲା ରୁଜୁ କରିବାପରେ ଏହା ଜଣାପଡ଼ିଛି। ସନ୍ଦୀପ ବର୍ମଣଙ୍କ ପତ୍ନୀ ଆରତୀ ବର୍ମଣ ୩ ଦିନ ହେବ ଘର ଛାଡ଼ି ପଳାଇଛନ୍ତି। ସନ୍ଦୀପ ୩ ଦିନ ଧରି ପତ୍ନୀଙ୍କୁ ଖୋଜି ନପାଇବାପରେ ପୁଲିସରେ ଏତଲା ରୁଜୁ କରିଥିଲେ। ପୁଲିସ ଖୋଜାଖୋଜି କରିବାପରେ ଆରତୀ ତାଙ୍କ ଭଉଣୀଙ୍କ ଘରେ ଥିବା ଜଣାପଡ଼ିଛି। ଆରତୀଙ୍କୁ ପୁଲିସ ବୁଝାସୁଝା କରିବାପରେ ଆରତୀ ତାଙ୍କ ସ୍ବାମୀଙ୍କ ପାଖକୁ ଫେରିବାକୁ ରାଜି ହୋଇଛନ୍ତି।

Tags: