ଟଙ୍କା ବିଡ଼ା ସହ ପତ୍ନୀ ଏବଂ ପୁଅଙ୍କ ସେଲ୍ଫି ପୁଲିସ ବାବୁଙ୍କ ପାଇଁ କାଳ ହେଲା
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଉନ୍ନାଓର ଜଣେ ପୁଲିସ ଅଫିସରଙ୍କ ପତ୍ନୀ ଏବଂ ପୁଅ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ସହ ସେଲ୍ଫି ନେବାପରେ ଏବେ ପୁଲିସ ଅଫିସର ଜଣଙ୍କ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପୁଲିସ ବାବୁଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ପତ୍ନୀ ଏବଂ ପୁଅ ଟଙ୍କା ବିଡ଼ା ସହ ଫଟୋ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଫଟୋରୋ ଦେଖିବାକୁ ମିଳିଛି ଯେ ପୁଲିସ ବାବୁଙ୍କ ପତ୍ନୀ ଏବଂ ୨ ପୁଅ […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଉନ୍ନାଓର ଜଣେ ପୁଲିସ ଅଫିସରଙ୍କ ପତ୍ନୀ ଏବଂ ପୁଅ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ସହ ସେଲ୍ଫି ନେବାପରେ ଏବେ ପୁଲିସ ଅଫିସର ଜଣଙ୍କ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପୁଲିସ ବାବୁଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ପତ୍ନୀ ଏବଂ ପୁଅ ଟଙ୍କା ବିଡ଼ା ସହ ଫଟୋ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଫଟୋରୋ ଦେଖିବାକୁ ମିଳିଛି ଯେ ପୁଲିସ ବାବୁଙ୍କ ପତ୍ନୀ ଏବଂ ୨ ପୁଅ ଖଟ ଉପରେ ବସିଛନ୍ତି ଏବଂ ପାଖରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ଥୁଆ ହୋଇଛି। ସେ ହେଉଛନ୍ତି ଉନ୍ନାଓ ଷ୍ଟେସନ ଇନ ଚାର୍ଜ ରମେଶ ଚନ୍ଦ୍ର ଶାହାଣୀ। ତାଙ୍କୁ ପୁଲିସ ଲାଇନ୍ସକୁ ବଦଳି କରାଯାଇଛି। ଅନ୍ୟପକ୍ଷେ ରମେଶ ଚନ୍ଦ୍ର କହିଛନ୍ତି, ଫଟୋଟି ୨୦୨୧ ନଭେମ୍ବର ୧୪ ତାରିଖର। ସେ ତାଙ୍କର ଏକ ପାରବାରିକ ସମ୍ପତ୍ତି ବିକି ଏହି ଟଙ୍କା ପାଇଥିଲେ। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।




