ଝିଅକୁ ମିଳିଲା ଶ୍ରେଷ୍ଠ ଗର୍ବା ପୁରସ୍କାର, ବାପାକୁ ହତ୍ୟା

ନୂଆଦିଲ୍ଲୀ: ଗୁଜରାଟର ପୋରବନ୍ଦର ସହରରେ ଜଣେ ୧୧ ବର୍ଷୀୟା ନାବାଳିକା ‘ଶ୍ରେଷ୍ଠ ଗର୍ବା’ ପୁରସ୍କାର ଜିତି ବେଶ୍ ଖୁସି ଥିଲା କିନ୍ତୁ ତାର ଏହି ଖୁସି ବେଶୀ ସମୟ ରହିନଥିଲା। କେବଳ ଏହି ପୁରସ୍କାର କାରଣ ପାଇଁ ହିଁ ଉକ୍ତ ଝିଅର ବାପାକୁ ହତ୍ୟା କରାଯାଇଛି। ୧୧ ବର୍ଷୀୟା କୃପାଳୀ ଓଦେଦରା ଗର୍ବା କାର୍ଯ୍ୟକ୍ରମରେ ୨ଟି ପୁରସ୍କାର ଜିତିଥିଲା। କିନ୍ତୁ ତାକୁ ମାତ୍ର ଗୋଟିଏ ପୁରସ୍କାର ମିଳିଥିଲା। ଏ ସମ୍ପର୍କରେ ସେ ତା’ ମା’କୁ ଜଣାଇଲା।। ଏହାପରେ […]

Samaya Live Picture
Published On

ନୂଆଦିଲ୍ଲୀ: ଗୁଜରାଟର ପୋରବନ୍ଦର ସହରରେ ଜଣେ ୧୧ ବର୍ଷୀୟା ନାବାଳିକା ‘ଶ୍ରେଷ୍ଠ ଗର୍ବା’ ପୁରସ୍କାର ଜିତି ବେଶ୍ ଖୁସି ଥିଲା କିନ୍ତୁ ତାର ଏହି ଖୁସି ବେଶୀ ସମୟ ରହିନଥିଲା। କେବଳ ଏହି ପୁରସ୍କାର କାରଣ ପାଇଁ ହିଁ ଉକ୍ତ ଝିଅର ବାପାକୁ ହତ୍ୟା କରାଯାଇଛି। ୧୧ ବର୍ଷୀୟା କୃପାଳୀ ଓଦେଦରା ଗର୍ବା କାର୍ଯ୍ୟକ୍ରମରେ ୨ଟି ପୁରସ୍କାର ଜିତିଥିଲା। କିନ୍ତୁ ତାକୁ ମାତ୍ର ଗୋଟିଏ ପୁରସ୍କାର ମିଳିଥିଲା। ଏ ସମ୍ପର୍କରେ ସେ ତା’ ମା’କୁ ଜଣାଇଲା।। ଏହାପରେ ତା’ ମା’ ମାଲି ଗର୍ବା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବ୍ୟକ୍ତି ରାଜୁ କେସୱାଲାଙ୍କ ନିକଟକୁ ଯାଇ ଏ ସମ୍ପର୍କରେ ତଦନ୍ତ କରିଥିଲେ। କିନ୍ତୁ କେସୱାଲା କହିଥିଲେ, କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଏବେ କିଛି କରିହେବନି। ଉକ୍ତ ଘଟଣାକୁ ନେଇ କେସୱାଲା ଏବଂ ଅନ୍ୟ ବ୍ୟକ୍ତିଙ୍କ ସହ ମାଲିଙ୍କର ତୀବ୍ର ବଚସା ହୋଇଥିଲା। ସେମାନେ ମଧ୍ୟ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ମାଲି ଏହାପରେ ନିଜ ଘରକୁ ଫେରି ଆସିଥିଲେ। ସ୍ବାମୀ ସରମନଙ୍କ ସହ ସେ ଘର ବାହାରେ ବସି କଥା ହେଉଥିବା ବେଳେ ରାତି ପ୍ରାୟ ୨.୩୦ ସମୟରେ କିଛି ଲୋକ ୪ଟି ବାଇକରେ ଆସି ତାଙ୍କ ଘର ନିକଟରେ ପହଞ୍ଚିଥିଲେ ଏବଂ ସରମନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନେ ସରମନଙ୍କୁ ଘୋଷାଡ଼ି ଘୋଷାଡ଼ି ଗର୍ବା କାର୍ଯ୍ୟସ୍ଥଳକୁ ନେଇଥିିଲେ ଏବଂ ସେଠାରେ ପୁଣିଥରେ ମାରିଥିଲେ। ସରମନଙ୍କୁ ଗୁରୁତର ଅବସ୍ଥାରେ ସିଭିଲ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ।

Tags: