ଝାଡ଼ଣ୍ଡଖରେ ଆସ୍ଥାଭୋଟ୍ ଜିତିଲେ ଚମ୍ପାଇ ସୋରେନ
ରାଞ୍ଚି: ଝାଡ଼ଖଣ୍ଡରେ ଚମ୍ପାଇ ସୋରେନଙ୍କ ନେତୃତ୍ବାଧିନ ସରକାର ବିଧାନସଭା ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ସେ ୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ସରକାରଙ୍କ ବିରୋଧରେ ୨୯ ଖଣ୍ଡ ଭୋଟ୍ ପଡ଼ିଥିଲା। ଚମ୍ପାଇଙ୍କୁ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ପୂର୍ଣ୍ଣ ଭାବେ ସମର୍ଥନ କରିଥିଲା। ହେମନ୍ତ ସୋରେନ୍ କୋର୍ଟଙ୍କ ଅନୁମତିକ୍ରମେ ଆସ୍ଥା ଭୋଟ ପାଇଁ ବିଧାନସଭାରେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ କରାଯାଇଛି। ଯେଉଁଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ […]
ରାଞ୍ଚି: ଝାଡ଼ଖଣ୍ଡରେ ଚମ୍ପାଇ ସୋରେନଙ୍କ ନେତୃତ୍ବାଧିନ ସରକାର ବିଧାନସଭା ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ସେ ୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ସରକାରଙ୍କ ବିରୋଧରେ ୨୯ ଖଣ୍ଡ ଭୋଟ୍ ପଡ଼ିଥିଲା। ଚମ୍ପାଇଙ୍କୁ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ପୂର୍ଣ୍ଣ ଭାବେ ସମର୍ଥନ କରିଥିଲା। ହେମନ୍ତ ସୋରେନ୍ କୋର୍ଟଙ୍କ ଅନୁମତିକ୍ରମେ ଆସ୍ଥା ଭୋଟ ପାଇଁ ବିଧାନସଭାରେ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ କରାଯାଇଛି। ଯେଉଁଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିଲା। କିନ୍ତୁ ଜେଏମ୍ଏମ୍ ନେତାମାନେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପିର ଷଡ଼ଯନ୍ତ୍ର ବୋଲି ପାଲଟା ଅଭିଯୋଗ କରିଛନ୍ତି।




