ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପାଇ ସୋରେନ, ହାଇଦ୍ରାବାଦ ଗଲେ ୩୯ ବିଧାୟକ

ନୂଆଦିଲ୍ଲୀ : ହେମନ୍ତ ସୋରେନ ଗିରଫ ହେବାପରେ ସରକାର ଗଠନ ପାଇଁ ଦାବି କରିଥିବା ଝାଡ଼ଖଣ୍ଡ ମନ୍ତ୍ରୀ ଚମ୍ପାଇ ସୋରେନ ଆଜି ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ଚମ୍ପାଇ ସୋ‌ରେନଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥିବା ସେ ଦାବି କରିଛନ୍ତି ଏବଂ ରାଜ୍ୟପାଳ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଚମ୍ପାଇ ସୋରେନଙ୍କ ସହ ଆଜି କଂଗ୍ରେସ ବିଧାୟକ ଦଳ ନେତା ଅଲମଗିର ଅଲମ, ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକଟା, ସିପିଆଇ (ଏମଏଲ୍‌) […]

Samaya Live Picture
Published On

ନୂଆଦିଲ୍ଲୀ : ହେମନ୍ତ ସୋରେନ ଗିରଫ ହେବାପରେ ସରକାର ଗଠନ ପାଇଁ ଦାବି କରିଥିବା ଝାଡ଼ଖଣ୍ଡ ମନ୍ତ୍ରୀ ଚମ୍ପାଇ ସୋରେନ ଆଜି ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟିଛନ୍ତି। ସରକାର ଗଠନ ପାଇଁ ଚମ୍ପାଇ ସୋ‌ରେନଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥିବା ସେ ଦାବି କରିଛନ୍ତି ଏବଂ ରାଜ୍ୟପାଳ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଚମ୍ପାଇ ସୋରେନଙ୍କ ସହ ଆଜି କଂଗ୍ରେସ ବିଧାୟକ ଦଳ ନେତା ଅଲମଗିର ଅଲମ, ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକଟା, ସିପିଆଇ (ଏମଏଲ୍‌) ବିଧାୟକ ବିନୋଦ ସିଂହ ଏବଂ ବିଧାତୟକ ପ୍ରଦୀପ ଯାଦବ ଆଜି ସୋରେନଙ୍କ ସହ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ। ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଶାସକ ମେଣ୍ଟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡି ଶାସକ ମେଣ୍ଟ ଚମ୍ପାଇ ସୋରେନଙ୍କ ସମର୍ଥନରେ ୪୩ ବିରୋଧୀ ବିଧାୟକଙ୍କର ଭିଡିଓ ଜାରି କରିଛନ୍ତି। ତେବେ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟିବାପରେ ମେଣ୍ଟର ୩୯ ବିଧାୟକ ହାଇଦ୍ରାବାଦ ଯାଇଛନ୍ତି। ହେମନ୍ତ ସୋରେନଙ୍କ ଭାଇ ଏବଂ ବିଧାୟକ ବସନ୍ତ ସୋରେନଙ୍କ ସମେତ ମୋଟ୍‌ ୩୯ ମେଣ୍ଟ ବିଧାୟକ ହାଇଦ୍ରାବାଦକୁ ଚାଲି ଯାଇଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ସଂକ୍ରାନ୍ତରେ ଚମ୍ପାଇ ସୋରେନ କହିଛନ୍ତି, ଆମେ ସରକାର ଗଠନ ପାଇଁ ଦାବି କରିବାର ୨୨ ଘଣ୍ଟା ହୋଇଗଲାଣି। ରାଜ୍ୟପାଳ ଏ ଦିଗରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Tags: