ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୋଇ ସହାୟକଙ୍କ ଘରୁ ୨୦ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମନ୍ତ୍ରୀ ଅଲମଗିର ଅଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକଙ୍କ ବାସଭବନରୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କା ପାଖାପାଖି ୨୦ରୁ ୩୦ କୋଟି ହେବ। ଆଜି ସକାଳେ ଇଡି ରାଞ୍ଚିର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବାବେଳେ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୋଇ ସହାୟକଙ୍କ ବାସଭବନରୁ ଏହି ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କାକୁ ଟଙ୍କା ଗଣିବା ମେସିନରେ ଗଣାଯାଉଛି। […]

Samaya Live Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମନ୍ତ୍ରୀ ଅଲମଗିର ଅଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ଘରୋଇ ସହାୟକଙ୍କ ବାସଭବନରୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କା ପାଖାପାଖି ୨୦ରୁ ୩୦ କୋଟି ହେବ। ଆଜି ସକାଳେ ଇଡି ରାଞ୍ଚିର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବାବେଳେ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୋଇ ସହାୟକଙ୍କ ବାସଭବନରୁ ଏହି ଟଙ୍କା ଜବତ କରିଛି। ଜବତ ହୋଇଥିବା ଟଙ୍କାକୁ ଟଙ୍କା ଗଣିବା ମେସିନରେ ଗଣାଯାଉଛି। କିଛି ଗହଣା ମଧ୍ୟ ଜବତ କରାଯାଇଛି। ସେହିପରି ଉକ୍ତ ଚଢ଼ଉ ଅନ୍ତର୍ଗତ ଅନ୍ୟ ଏକ ସ୍ଥାନରୁ ମଧ୍ୟ ୩ କୋଟି ଟଙ୍କା ଜବତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଅଲମଗିର ଆଲମ ହେଉଛନ୍ତି ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଏବଂ ସେ ରାଜ୍ୟ ବିଧାନସଭାର ପକୁର ଆସନକୁ ପ୍ରତିନିଧିତ୍ବ କରୁଛନ୍ତି। ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ବିଭାଗର ପୂର୍ବତନ ମୁଖ୍ୟ ଇଞ୍ଜିନିୟର ବୀରେନ୍ଦ୍ର କେ ରାମଙ୍କ ବିରୋଧରେ ଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ ଅନ୍ତର୍ଗତ ଏହି ଚଢ଼ଉ କରାଯାଇଛି। ବିଭାଗରେ କିଛି ଯୋଜନା କାର୍ଯ୍ୟକାରୀ କରିବାରେ ହୋଇଥିବା ଅନିୟମିତତା ଅଭିଯୋଗ ସହ ଏହି ମନି ଲଣ୍ଡରିଂ ମାମଲା ଜଡ଼ିତ। ତଦନ୍ତକାରୀ ସଂସ୍ଥା ବିହାର ଏବଂ ଦିଲ୍ଲୀ ସମେତ ଝାଡ଼ଖଣ୍ଡର ରାଞ୍ଚି, ଜମସେଦପୁରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ରେ ୨୦୧୯ରେ ବୀରେନ୍ଦ୍ର କେ ରାମଙ୍କ ଅଧୀନସ୍ଥ ନିକଟରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଇଡି ପିଏମଏଲଏ ଅଧୀନରେ ଏହି ମାମଲା ହାତକୁ ନେଇଥିଲେ।

Tags: