ଝାଡ଼ଖଣ୍ଡରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରେନ୍, ୨ ଜଣଙ୍କ ମୃତ୍ୟୁ

ରାଞ୍ଚି : ଝାଡ଼ଖଣ୍ଡର ଜାମତରା ନିକଟରେ କଳାଝରିଆ ରେଳ ଷ୍ଟେସନରେ ଆଜି ଏକ ବଡ଼ ରେଳ ଦୁର୍ଘଟଣା ହୋଇଛି। କିଛି ରେଳ ଯାତ୍ରୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ ଟ୍ରେନ୍ ମାଡ଼ିଯାଇଛି। ଫଳରେ ଉକ୍ତ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଅଙ୍ଗ ଏକ୍ସପ୍ରେସ ଟ୍ରେନ୍ର ଚାଳକ ଟ୍ରେନ୍ ଧାରଣା କଡ଼ରେ ଧୂଆଁ ଉଠୁଥିବା ଦେଖିଥିଲେ। ନିଆଁ ଲାଗିଥିବା ସନ୍ଦେହ […]

Samaya Live Picture
Published On

ରାଞ୍ଚି : ଝାଡ଼ଖଣ୍ଡର ଜାମତରା ନିକଟରେ କଳାଝରିଆ ରେଳ ଷ୍ଟେସନରେ ଆଜି ଏକ ବଡ଼ ରେଳ ଦୁର୍ଘଟଣା ହୋଇଛି। କିଛି ରେଳ ଯାତ୍ରୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ ଟ୍ରେନ୍ ମାଡ଼ିଯାଇଛି। ଫଳରେ ଉକ୍ତ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ସୂଚନାନୁଯାୟୀ ଅଙ୍ଗ ଏକ୍ସପ୍ରେସ ଟ୍ରେନ୍ର ଚାଳକ ଟ୍ରେନ୍ ଧାରଣା କଡ଼ରେ ଧୂଆଁ ଉଠୁଥିବା ଦେଖିଥିଲେ। ନିଆଁ ଲାଗିଥିବା ସନ୍ଦେହ କରି କଳାଝରିଆ ରେଳ ଷ୍ଟେସନ ନିକଟରେ ଟ୍ରେନ୍ଟିକୁ ଅଟକାଇଥିଲେ। ଟ୍ରେନ୍ଟି ଅଟକିବାପରେ ଯାତ୍ରୀମାନେ ତଳକୁ ଓହ୍ଲାଇ ଆସିଥିଲେ। ଏହି ସମୟରେ ଅନ୍ୟ ଏକ ସମାନ୍ତରାଳ ରେଳଲାଇନ୍ରେ ଆସୁଥିବା ଝାଝା-ଆସାନସୋଲ୍ ମେମୁ ଟ୍ରେନ୍ ଠିଆ ହୋଇଥିବା ଯାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା। ଖବର ପାଇ ପୁଲିସ, ରେଳବାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ସୂଚନାରୁ ଜଣାଯାଇଛି। କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ।

Tags: