ଝଲୱରରେ ଡମ୍ପର ମଡ଼ାଇ ୫ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ : ରାଜସ୍ଥାନର ଝଲୱର ଜିଳ୍ଲାରେ ଏକ ବିବାଦକୁ ନେଇ ୫ ଜଣଙ୍କୁ ହତ୍ୟା କରାଯାଇଛି। ୨ ଭାଇଙ୍କ ସମେତ ମୋଟ୍ ୫ ଜଣଙ୍କୁ ଡମ୍ପର ମଡ଼ାଇ ମାରି ଦିଆଯାଇଛି। ଝଲୱର ଜିଲ୍ଲା ଅଧୀନସ୍ଥ ପଗଡ଼ିଆ ଗ୍ରାମରେ ଏହି ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅପରାଧ ଘଟାଇଥିବା ୨ ଅଭିଯୁକ୍ତ ହେଉଛନ୍ତି ରଂଜିତ ସିଂହ ଏବଂ ଡୁଙ୍ଗେର ସିଂହ। ଅପରାଧ ଘଟାଇ ସେମାନେ ସ୍ଥାନ ଛାଡ଼ି ପଳାଇଛନ୍ତି। ଅନ୍ୟପକ୍ଷେ ମୃତକମାନେ ହେଉଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର ଝଲୱର ଜିଳ୍ଲାରେ ଏକ ବିବାଦକୁ ନେଇ ୫ ଜଣଙ୍କୁ ହତ୍ୟା କରାଯାଇଛି। ୨ ଭାଇଙ୍କ ସମେତ ମୋଟ୍ ୫ ଜଣଙ୍କୁ ଡମ୍ପର ମଡ଼ାଇ ମାରି ଦିଆଯାଇଛି। ଝଲୱର ଜିଲ୍ଲା ଅଧୀନସ୍ଥ ପଗଡ଼ିଆ ଗ୍ରାମରେ ଏହି ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅପରାଧ ଘଟାଇଥିବା ୨ ଅଭିଯୁକ୍ତ ହେଉଛନ୍ତି ରଂଜିତ ସିଂହ ଏବଂ ଡୁଙ୍ଗେର ସିଂହ। ଅପରାଧ ଘଟାଇ ସେମାନେ ସ୍ଥାନ ଛାଡ଼ି ପଳାଇଛନ୍ତି। ଅନ୍ୟପକ୍ଷେ ମୃତକମାନେ ହେଉଛନ୍ତି ୫ ଭାଇ ତଥା ଭରତ ସିଂହ (୨୨), ଧୀରଜ ସିଂହ (୨୦), ତୁଫାନ ସିଂହ (୩୩), ଗୋବର୍ଦ୍ଧନ ସିଂହ (୨୮) , ବାଲୁ ସିଂହ (୨୦)। ସେମାନେ ସମସ୍ତେ ବିନ୍ନୟଗ ଫାଣ୍ଟା ଗ୍ରାମର। ପଗଡ଼ିଆ ଏସଏଚଓ ବିଜେନ୍ଦ୍ର ସିଂହ କହିଛନ୍ତି, ରଂଜିତ ସିଂହ, ଡୁଙ୍ଗେର ସିଂହ ଏବଂ ଭରତ ସିଂହଙ୍କ ମଧ୍ୟରେ ବିବାଦ ହୋଇଥିଲା। ତେବେ ବିବାଦର କାରଣ କ’ଣ ଜଣାପଡ଼ିନି। ତେବେ ବିବାଦ ସମାଧାନ ନହେବାରୁ ଭରତ ସିଂହ ଏବଂ ତାଙ୍କ ଭାଇ ଓ ଅନ୍ୟ ୩ ଜଣ ସମ୍ପର୍କୀୟ ଭାଇ ଥାନାକୁ ଯାଇଥିଲେ। ସେମାନେ ୨ଟି ମୋଟରସାଇକେଲ୍ରେ ଯାଊଥିବାବେଳେ ବାଟରେ ରଂଜିତ ସିଂହ ଏବଂ ଡୁଙ୍ଗେର ସିଂହ ସେମାନଙ୍କ ଉପରେ ଡମ୍ପର ମଡ଼ାଇ ମାରି ଦେଇଛନ୍ତି। ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Tags: