ଜୟା ପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡ

ଚେନ୍ନାଇ: ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ଚେନ୍ନାଇ କୋର୍ଟ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ଦେଇଛନ୍ତି। ରାଜ୍ୟ ଶ୍ରମ ବୀମା ନିଗମ ପକ୍ଷରୁ ଦାଏର ହୋଇଥିବା ଏକ ମାମଲାରେ ଜୟା ପ୍ରଦାଙ୍କୁ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ଜୟା ପ୍ରଦା ଚେନ୍ନାଇରେ ଦୁଇଟି ଥିଏଟର ଚଳାଉଥିଲେ। ଥିଏଟରର ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଇଏସଆଇ ବାବଦ ଅର୍ଥ ଆଦାୟ କରୁଥିଲେ ମଧ୍ୟ ତାହାକୁ ରାଜ୍ୟ ଶ୍ରମ ବୀମା ନିଗମରେ ଦାଖଲ […]

Samaya Live Picture
Published On

ଚେନ୍ନାଇ: ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ଚେନ୍ନାଇ କୋର୍ଟ ଏକ ମାମଲାରେ ୬ ମାସ ଜେଲ ଦଣ୍ଡ ଦେଇଛନ୍ତି। ରାଜ୍ୟ ଶ୍ରମ ବୀମା ନିଗମ ପକ୍ଷରୁ ଦାଏର ହୋଇଥିବା ଏକ ମାମଲାରେ ଜୟା ପ୍ରଦାଙ୍କୁ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ଜୟା ପ୍ରଦା ଚେନ୍ନାଇରେ ଦୁଇଟି ଥିଏଟର ଚଳାଉଥିଲେ। ଥିଏଟରର ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଇଏସଆଇ ବାବଦ ଅର୍ଥ ଆଦାୟ କରୁଥିଲେ ମଧ୍ୟ ତାହାକୁ ରାଜ୍ୟ ଶ୍ରମ ବୀମା ନିଗମରେ ଦାଖଲ କରୁ ନଥିଲେ। ଫଳରେ ଶ୍ରମ ବୀମା ନିଗମ ପକ୍ଷରୁ ଜୟା ପ୍ରଦାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ସଂପତ୍ତି ଟିକସ ‌ନଦେବା କାରଣରୁ ଉକ୍ତ ଦୁଇଟି ଥିଏଟରର ସଂପତ୍ତିକୁ ପୂର୍ବରୁ ବ୍ୟାଜ୍ୟାପ୍ତି କରାଯାଇଛି।

Tags: