ଜୟଶଙ୍କର-ବ୍ଲିଙ୍କେନ୍‌ କଥାବାର୍ତ୍ତା ସମୟ‌ରେ କନାଡ଼ା ପ୍ରସଙ୍ଗ ଉଠିନି : ଆମେରିକା

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗତ ମଙ୍ଗଳବାର କଥାବାର୍ତ୍ତା କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଭାରତ-କାନାଡ଼ା ବିବାଦ ପ୍ରସଙ୍ଗ ଉଠିନାହିଁ ବୋଲି ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ବୁଧବାର କହିଛନ୍ତି। ମାଥ୍ୟୁଙ୍କ ଅନୁଯାୟୀ ଜୟଶଙ୍କର ଏବଂ ବ୍ଲିଙ୍କେନ୍‌ଙ୍କ ମଧ୍ୟରେ ଏହା ଦ୍ବିପାକ୍ଷିକ କଥାବାର୍ତ୍ତା ନଥିଲା। ଭାରତ-କାନାଡ଼ା ବିବାଦ ପ୍ରସଙ୍ଗ ଏଠାରେ ଉଠିନାହିଁ। ତେବେ […]

Samaya Live Picture
Published On

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗତ ମଙ୍ଗଳବାର କଥାବାର୍ତ୍ତା କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଭାରତ-କାନାଡ଼ା ବିବାଦ ପ୍ରସଙ୍ଗ ଉଠିନାହିଁ ବୋଲି ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ବୁଧବାର କହିଛନ୍ତି। ମାଥ୍ୟୁଙ୍କ ଅନୁଯାୟୀ ଜୟଶଙ୍କର ଏବଂ ବ୍ଲିଙ୍କେନ୍‌ଙ୍କ ମଧ୍ୟରେ ଏହା ଦ୍ବିପାକ୍ଷିକ କଥାବାର୍ତ୍ତା ନଥିଲା। ଭାରତ-କାନାଡ଼ା ବିବାଦ ପ୍ରସଙ୍ଗ ଏଠାରେ ଉଠିନାହିଁ। ତେବେ କାନାଡ଼ାର ଅଭିଯୋଗ ସଂକ୍ରାନ୍ତରେ ଆମେରିକା ଏହାର ପୂର୍ବ ଟିପ୍ପଣୀକୁ ଦୋହରାଇ କହିଛି ଯେ ଭାରତ ନିଜାର ହତ୍ୟା ମାମଲାରେ କାନାଡ଼ାକୁ ତଦନ୍ତ ପ୍ରକ୍ରିୟା‌ରେ ପୂର୍ଣ୍ଣ ସହଯୋଗ କରୁ। ମିଲ୍ଲର କହିଛନ୍ତି, ଆମେ ଆମ ଭାରତୀୟ ପ୍ରତିପକ୍ଷଙ୍କ ସହ ଏନେଇ ଆଲୋଚନା କରିଛୁ ଏବଂ କାନାଡ଼ାକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାପାଇଁ ଉତ୍ସାହିତ କରିଛୁ।

Tags: