ଜୟଶଙ୍କରଙ୍କ ୯ ଦିନିଆ ଆମେରିକା ଗସ୍ତ, ୨୬ରେ ଜାତିସଂଘ ସାଧାରଣ ପରିଷଦରେ ଉଦ୍ବୋଧନ
ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜିଠାରୁ ୯ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଆସନ୍ତା ୨୬ ତାରିଖରେ ଜୟଶଙ୍କର ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ଉଦ୍ବୋଧନ ଦେବେ। ଏଥିସହିତ ଗ୍ଲୋବାଲ ସାଉଥ୍ ଉପରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଜାତିସଂଘ ସାଧାରଣ ଅଧିବେଶନର ୭୮ତମ କାର୍ଯ୍ୟକ୍ରମ ଶେଷ ହେବା ପରେ ଜୟଶଙ୍କର ନ୍ୟୁୟର୍କରୁ ୱାସିଂଟନ ଯିବେ ଏବଂ ସେଠାରେ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। […]
ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜିଠାରୁ ୯ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଆସନ୍ତା ୨୬ ତାରିଖରେ ଜୟଶଙ୍କର ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ଉଦ୍ବୋଧନ ଦେବେ। ଏଥିସହିତ ଗ୍ଲୋବାଲ ସାଉଥ୍ ଉପରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଜାତିସଂଘ ସାଧାରଣ ଅଧିବେଶନର ୭୮ତମ କାର୍ଯ୍ୟକ୍ରମ ଶେଷ ହେବା ପରେ ଜୟଶଙ୍କର ନ୍ୟୁୟର୍କରୁ ୱାସିଂଟନ ଯିବେ ଏବଂ ସେଠାରେ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ଏହି ସମୟରେ ସେ ଆମେରିକାର ମନ୍ତ୍ରୀମାନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ୨୨ରୁ ୨୬ ତାରିଖ ମଧ୍ୟରେ ସେ ନ୍ୟୁୟର୍କଠାରେ ଏକାଧିକ ଦ୍ବିପାକ୍ଷିକ ଏବଂ ବହୁପାକ୍ଷିକ ବୈଠକରେ ସାମିଲ ହେବେ। ଆର୍ଟ ଅଫ ଲିଭିଂ ଦ୍ବାରା ଆୟୋଜିତ ଚତୁର୍ଥ ବିଶ୍ବ ସଂସ୍କୃତି ପର୍ବରେ ମଧ୍ୟ ସେ ଉଦ୍ବୋଧନ ଦେବେ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।




