ଜୟଶଙ୍କରଙ୍କୁ ଜେଡ୍‌ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଜୟଶଙ୍କରଙ୍କୁ ଜେଡ୍‌ ଶ୍ରେଣୀ ସୁରକ୍ଷା ମିଳିଛି। ପୂର୍ବରୁ ଜୟଶଙ୍କରଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ମିଳୁଥିଲା। କିନ୍ତୁ ଆଇବି (ଗୁଇନ୍ଦା ବ୍ୟୁରୋ) ରିପୋର୍ଟ ଅନୁଯାୟୀ ଜୟଶଙ୍କରଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ପ୍ରତି ଥିବା ବିପଦ ନେଇ କେନ୍ଦ୍ର ଗୃହ ମନ୍ତ୍ରା‌ଳୟ ନିୟମିତ ବୈଠକ କରିଥାଏ। ନିକଟରେ ଗୃହ ମନ୍ତ୍ରାଳୟର ଏକ […]

Samaya Live Picture
Published On

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଜୟଶଙ୍କରଙ୍କୁ ଜେଡ୍‌ ଶ୍ରେଣୀ ସୁରକ୍ଷା ମିଳିଛି। ପୂର୍ବରୁ ଜୟଶଙ୍କରଙ୍କୁ ୱାଇ ଶ୍ରେଣୀ ସୁରକ୍ଷା ମିଳୁଥିଲା। କିନ୍ତୁ ଆଇବି (ଗୁଇନ୍ଦା ବ୍ୟୁରୋ) ରିପୋର୍ଟ ଅନୁଯାୟୀ ଜୟଶଙ୍କରଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ପ୍ରତି ଥିବା ବିପଦ ନେଇ କେନ୍ଦ୍ର ଗୃହ ମନ୍ତ୍ରା‌ଳୟ ନିୟମିତ ବୈଠକ କରିଥାଏ। ନିକଟରେ ଗୃହ ମନ୍ତ୍ରାଳୟର ଏକ ବୈଠକରେ ଜୟଶଙ୍କରଙ୍କ ଜୀବନ ପ୍ରତି ଥିବା ସମ୍ଭାବ୍ୟ ବିପଦ ପ୍ରସଙ୍ଗ ଉଠିଥିଲା। ତେଣୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଜୟଶଙ୍କରଙ୍କ ଜେଡ୍‌ ଶ୍ରେଣୀ ସୁରକ୍ଷା ପାଇଁ ସିଆରପିଏଫ୍‌ ସଦସ୍ୟଙ୍କ ସମେତ ମୋଟ୍‌ ୩୬ ଜଣ ସୁରକ୍ଷାକର୍ମୀ ତାଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ।

Tags: